କେନାଲ ବ୍ରିଜ ତଳ ପାଣି ଭିତରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର


ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅନ୍ତପାଳୀ କେନାଲ ବ୍ରିଜ ତଳେ ବାଇକ ସହ ଅଜଣା ବ୍ୟକ୍ତିକୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଉଦ୍ଧାର ପରେ ଡୁଙ୍ଗୁରିପାଳି ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ବରଗଡ ଜିଲ୍ଲା ସଦର ଘୁଲିପାଲି ଗ୍ରାମର ନିରୋଜ କୁମାର ପୋଡ଼ ବୋଲି ଜଣାପଡିଛି ।

ନିରୋଜ ବରଗଡ ଜିଲ୍ଲା ମୋଟର ଚାଲକ ସଂଘର ସଭାପତି ଥିଲେ । ନିରୋଜଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଡାକ୍ତରଖାନାରେ ଡୁଙ୍ଗୁରିପାଲି ପୋଲିସ ପହଞ୍ଚି ତଦନ୍ତ କରିବା ସହ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ସୂଚନା ମିଳିଛି ।