Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ଏନ ଏ ସି ନିର୍ବାହୀ ଅଧିକାରୀ ଙ୍କୁ ବଦଳି ଦାବି ନେଇ ଜିଲ୍ଲାପାଳ ଙ୍କୁ ଦ ଦାବିପତ୍ର ପ୍ରଦାନ।

ଗୋପାଳପୁର,୩୦/୧୧ ଗୋପାଳପୁର ଏନ ଏ ସି ନିର୍ବାହୀ ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ କଳାପ ସହ କାଉନସିଲ କୁ ଅବମାନନା କରିବା ମାମଲାରେ ଆଜି କାଉନସିଲର ସମେତ ଅଧ୍ୟକ୍ଷ ଙ୍କ ପକ୍ଷରୁ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଙ୍କୁ ତୁରନ୍ତ ଏଠାରୁ ବଦଳି କରିବାକୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଗୋପାଳପୁର ଏନ ଏ ସି ରେ ୧୧ ଜଣ କାଉନସିଲର ରହିଥିବା ବେଳେ ଆଜି ଦାବିପତ୍ର ରେ ୮ ଜଣ କାଉନସିଲର ଏସ ବିରେନ କୁମାର,ରତନି କୁମାରୀ ନାୟକ,ବି ଗୋପାଳ କ୍ରିଷ୍ଣା, କଳ୍ପନା ବେହେରା,ନିର୍ମଳା କୁଜୁର,ସୁନିତା ସାହୁ,ଜି ମୋହନ ରାଓ,ଜି କାଲେସୁ ଙ୍କ ସମେତ ଅଧ୍ୟକ୍ଷ ଏ ଜାନକୀ ରାମ ଓ ସାଂସଦ ଙ୍କ ପ୍ରତିନିଧି ଏମ ଚନ୍ଦ୍ରଶେଖର ପ୍ରମୁଖ ଦସ୍ତଖତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ବୁଧବାର ଦିନ ଅଧ୍ୟକ୍ଷ ଙ୍କ ପକ୍ଷରୁ କାଉନସିଲ ର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିବା ସହ ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ କଳାପ ନେଇ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories