Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟାଟା ଏସି ଗାଡ଼ି ଭାରସାମ୍ୟ ହରାଇ ଗଛକୁ ପିଟିଲା, ଡ୍ରାଇଭର ଗୁରୁତର

ଗୋପାଳପୁର ୩୦/୧୧ ଗୋପାଳପୁର ଥାନା ଅନ୍ତର୍ଗତ ଗୋପାଳପୁର ଷଣ୍ଢଛକ ନିକଟରେ ଆଜି ସକାଳ ପ୍ରାୟ ୧୧ଟା ସମୟରେ ଜେନେରେଟର ସେଟ ଧରି ଯାଉଥୁବାଏକ ଟାଟା ଏସି ଗାଡି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକଗଛକୁ ପିଟିଥିଲା, ଯାହାଫଳରେ ଗାଡି ଟି ଦୁର୍ଘଟଣା ଗ୍ରସ୍ତ ହେବା ସହ ସେଥିରେ ଥିବା ଡ୍ରାଇଭର ଜଣଙ୍କ ଗୁରୁତର ଆହତ ହୋଇଥିଲେ।l ଦିନ ପ୍ରାୟ ୧୧ ଟା ସମୟରେ ଗୋପାଳପୁର ଠାରୁ ବ୍ରହ୍ମପୁର ଅଭିମୁଖେ ଏକ ଜେନେରେଟର ବୋଝେଇ ଟାଟା ଏ ସି ଗାଡ଼ି ( ଓଡ଼ି ୦୭ ଡ଼ବ୍ଲୁ ୮୭୦୯) ଗାଡିଟି ଭାରସାମ୍ୟ ହରାଇ ଷଣ୍ଢଛକ ନିକଟରେ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା l ଖବର ପାଇ ଗୋପାଳପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଡ୍ରାଇଭରକୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଇଥିଲେ l ଆହତ ଯୁବକ ଜଣକ ହଳଦିଆପଦରର ଅଞ୍ଚଳର ବୋଲି ପୁଲିସ ସୂଚନା ଦେଇଛି l ଖବର ଲେଖା ଯିବା ପୂର୍ବରୁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ପୁଲିସ କହିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories