Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବହେଳିତ ରେଙ୍ଗାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଝାରସୁଗୁଡା ୦୧/୧୨ (ଓଡ଼ିଶା ନ୍ୟୁଜ) କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଥମିକ ସ୍ତରରେ ଶୈକ୍ଷିକ ବାତାବରଣକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଛନ୍ତି । ଯେଉଁଥିରେ କି ବିଦ୍ୟାଳୟରେ ପରିଷ୍କାର ପରିଚ୍ଛନ୍ନ ସୁସ୍ଥ ପରିବେଶ ସୃଷ୍ଟି କରିବା ସହ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆବଶ୍ୟକ ସ୍ୱତନ୍ତ୍ର ଶ୍ରେଣୀ ଗୃହ ନିର୍ମାଣ,ବିଶୁଦ୍ଧ ପାନୀୟ ଜଳଯୋଗାଣ ବ୍ୟବସ୍ଥା, ଆଦର୍ଶ ଶୌଚାଳୟ ନିର୍ମାଣ ଆଦି ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ମାନ ନିଆ ଯାଉଛି । କିନ୍ତୁ ଲଖନପୁର ବ୍ଲକ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହାର ଓଅଲଟା ପ୍ରତି ଫଳନ ଦେଖିବାକୁ ମିଳୁଛି । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ନା ଅଛି ସ୍ୱତନ୍ତ୍ର ସ୍ୱତନ୍ତ୍ର ଶ୍ରେଣୀ କୋଠରୀ ନା ଅଛି ସ୍ୱାସ୍ଥ୍ୟ କର ପରିବେଶ । ପ୍ରଥମ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଅଫିସ ଗୃହ ସହ ୩ ଟି ଶ୍ରେଣୀ କୋଠରୀରେ ଏକାଠି ବସି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ଶିକ୍ଷକ ମାନଙ୍କୁ ଶିକ୍ଷାଦାନ କରିବାରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଅବିଭାବକ ମାନେ ଅଭିଯୋଗ କରୁଛନ୍ତି । ଏହା ବ୍ୟତୀତ ବିଦ୍ୟାଳୟ ପରିସରରେ ଥିବା ଏକ ବିରାଟକାୟ ତେନ୍ତୁଳି ଗଛ ଭାଙ୍ଗି ଦୀର୍ଘ ଦୁଇବର୍ଷ ରୁ ଅଧିକ ସମୟ ହେଲାଣି ବିଦ୍ୟାଳୟ ଭିତରେ ବିପଦ ସଂକୁଳ ଅବସ୍ଥାରେ ପଡ଼ି ରହିଛି । ହେଲେ ଏଥିପ୍ରତି କୌଣସି ଅଧିକାରୀଙ୍କ ଦୃଷ୍ଟି ପଡୁ ନଥିବା ବହୁତ ପରିତାପର ବିଷୟ ବୋଲି ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ରବିରତ୍ନ ପଧାନ କ୍ଷୋଭ ପ୍ରକାଶ କରିଛନ୍ତି ।
ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନଙ୍କ କହିବା ଅନୁଯାୟୀ ରେଙ୍ଗାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ୧୯୪୯ ମସିହାରେ ସ୍ଥାପିତ ହୋଇଥିଲା । ଏହାର ୭୪ ବର୍ଷ ମଧ୍ୟରେ ଉକ୍ତ ବିଦ୍ୟାଳୟରୁ ଶିକ୍ଷା ଆହରଣ କରି ଅନେକ ଛାତ୍ରଛାତ୍ରୀ ବିଭିନ୍ନ ଉଚ୍ଚ ପଦ ପଦବୀରେ କାର୍ଯ୍ୟ କରୁଛନ୍ତି । ଏମିତି କି ଦୁଇଜଣ ଛାତ୍ରୀ ଡାକ୍ତର ହୋଇ ରୋଗୀସେବା ମଧ୍ୟ କରୁଥିବା ନଜିର ରହିଛି । କିନ୍ତୁ ବର୍ତ୍ତମାନ ବିଦ୍ୟାଳୟର ଅବସ୍ଥା ଅତି ଦୟନୀୟ । ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା ୫୧ ଜଣଙ୍କୁ ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । ବିଦ୍ୟାଳୟରେ ରହିଛି ସମୁଦାୟ ୭ ଟି ଶ୍ରେଣୀ କୋଠରୀ । ତନ୍ମଧ୍ୟରୁ ୪ ଟି କୋଠରୀର ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଛି । ଆଉ ଅବଶିଷ୍ଟ ଥିବା ଦୁଇଟି ଶ୍ରେଣୀ କୋଠରୀ ରେ ପ୍ରଥମ ରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ କୋଠରୀରେ ପଢୁ ଥିବା ବେଳେ ଅନ୍ୟ ଟିରେ ଚତୁର୍ଥ ଓ ପଞ୍ଚମ ଏବଂ ଅଫିସ ଗୃହର ଅଧ ଭାଗରେ ଅଫିସ କାର୍ଯ୍ୟ ଚାଲିଥିବା ବେଳେ ଆଉ ଅଧାରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ଏକାଠି ବସି ପାଠ ପଢୁଛନ୍ତି । ଫଳରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଭିନ୍ନ ଅସୁବିଧା ହେବାକୁ ପଡୁଛି । ଯାହା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଅନିଶ୍ଚିତତାକୁ ନେଇ ଅବିଭାବକ ମହଲରେ ଚିନ୍ତାର କାରଣ ପାଲଟିଛି । ଏହା ବ୍ୟତୀତ ବିଦ୍ୟାଳୟର ଚାରିପଟେ ପାଚେରୀ ମଧ୍ୟ ନାହିଁ । ଯେଉଁ ଟିକକ ଥିଲା ତାହା ବିରାଟକାୟ ଗଛ ତା ଉପରେ ପଡିଯାଇ ଭଗ୍ନାବ ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଵଳ ଭବିଷ୍ୟତ କୁ ଆଖି ଆଗରେ ରଖି ଯଥାଶୀଘ୍ର ରେଙ୍ଗାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତି ପ୍ରଶାସନ ସ୍ତରରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ସହ ବିଦ୍ୟାଳୟ ପରିସରରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ବିରାଟକାୟ ଗଛକୁ ସ୍ଥାନାନ୍ତର କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହିମାଞ୍ଚଲ ସା,ଲିନା ପଧାନ, ତୁଳସୀ ଭୋଇ,ରୀନା ରାଉତ, ମମତା ସାହୁ, ଝରଣା ରଣା, କବିତା ପଧାନ, ଯୋଗେଶ୍ୱର ପସାୟତ, ଅଶୋକ ସାହୁ ଙ୍କ ସମେତ ରେଙ୍ଗାଲି ଗ୍ରାମବାସୀ ଦାବି କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ