ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଉଲୁଣ୍ଡା ବ୍ଲକ କଳାପଥର ସ୍ଥିତ ସତ୍ୟବାଦୀ ଜୁନିଅର କଲେଜ ଠାରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସାମାଜିକ କାର୍ଯ୍ୟ ସମନ୍ୱିତ ଯୁବ ବିକାଶ ଦକ୍ଷତା କାର୍ଯ୍ୟକ୍ରମ ଶୁଭାରମ୍ଭ ହେଇଯାଇଛି । ଏହି ଅବସର ରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଥିବା ବେଳେ ଛାତ୍ରଛାତ୍ରୀ ମାନେ କଲେଜରୁ ପଦଯାତ୍ରାରେ ବାହାରି ନିକଟସ୍ଥ ଜଗନ୍ନାଥ ପାଲି ଗାଁରେ ସଚେତନତାର ବାର୍ତ୍ତା ପ୍ରଚାର କରିଥିଲେ । ଗାଁର ମଧ୍ୟସ୍ଥଳରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଜଗନ୍ନାଥ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କର୍ମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜର ତ୍ରୁଣମୁଳ ସ୍ତରରେ ଏପରି କାର୍ୟକ୍ରମ ର ଆୟୋଜନ କୁ ସାଧୁବାଦ ଜଣାଇଥିଲେ। ସମ୍ମାନିତ ଅତିଥି ତଥା ପଞ୍ଚାୟତର ମହିଳା ସରପଞ୍ଚ ସୁର୍ୟକାନ୍ତି ମେହେର କାର୍ଯ୍ୟକ୍ରମ ସଫଳତା କାମନା କରିଥିଲେ । ଆଶାକର୍ମୀ ବୁଲି ମେହେର ବାଲ୍ୟବିବାହ ର କୁପରିଣାମ ବିଷୟରେ ସଚେତନ କରିଥିବା ବେଳେ ଅଙ୍ଗନୱାଡ଼ି କର୍ମୀ ସବିତା ପଧାନ ଯୁବ ସମାଜ ଙ୍କୁ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ସଭା ଶେଷରେ ଅଧ୍ୟପିକା ଦେବଯାନୀ ମେଶୁଆଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ନାରୀଶିକ୍ଷା , ବାଲ୍ୟବିବାହ , ନିଶାନିବାରଣ , ଯୈାତୁକପ୍ରଥା ଓ ନାରୀ ସଶକ୍ତିକରଣ ଉପରେ ଆଧାରିତ ପଥପ୍ରାନ୍ତ ନାଟକ “ଆମେ ପାର୍ମୁ” ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା । ଉକ୍ତ ସଭାରେ ରେଡ୍ କ୍ରସ୍ ର ପ୍ରୋଗ୍ରାମ୍ ଅଫିସର୍ କିଶୋର କୁମାର ସାହୁ ସଭାପତିତ୍ୱ କରିଥିବା ବେଳେ ଆଇ ୟୁ ଡି ପି ର ନୋଡାଲ୍ ଅଫିସର୍ ଅଧ୍ୟାପିକା ପ୍ରତିମା ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ କଲେଜର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
କଳାପଥର କଲେଜରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ
