Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବହିଷ୍କୃତ ଛାତ୍ର ଙ୍କ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ମାମଲା।୨ ସପ୍ତାହ ମଧ୍ୟରେ ଉପଯୁକ୍ତ ଦର୍ଶାଇ ମାମଲା ଳ ଫ ଇସଲା କରିବାକୁ କୁଳପତି ଙ୍କୁ ନିର୍ଦ୍ଦେଶ।

ଗୋପାଳପୁର,୦୨/୧୨
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ବହିଷ୍କୃତ ଛାତ୍ର ଦୁର୍ଗାମାଧବ ପ୍ରଧାନଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଆଗତ ରିଟ୍ ପିଟିସନ କୁ ମାନ୍ଯବର ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଶୁଣାଣୀ କରାଯାଇ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ଆସନ୍ତା ଦୁଇ ସପ୍ତାହ ମଧ୍ଯରେ ଉପଯୁକ୍ତ କାରଣ ଦର୍ଶାଇ ମାମଲର ଫଇସଲା କରିବାକୁ ନିର୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ସୂଚନାଯୋଗ୍ୟ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ
ଟୁରିଜିମ ଏବଂ ଟ୍ରାଭଲେ ଷ୍ଟଡିସ ବିଭାଗ ର ଛାତ୍ର ଦୁର୍ଗାମାଧବ ପ୍ରଧାନ ଙ୍କୁ କେତେକ କାରଣକୁ ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ଗତ ସେପ୍ଟେମ୍ବର ମାସରେ ଆସନ୍ତା ଦୁଇ ବର୍ଷ ନିମନ୍ତେ ବିଶ୍ଵବିଦ୍ୟାଳୟ ରୁ ବହିଷ୍କୃତ କରାଯାଇଥିଲା। ଏହାକୁ ଆଧାର କରି ଦୁର୍ଗା ମାଧବ ଙ୍କ ପକ୍ଷରୁ ତାଙ୍କୁ ନ୍ୟାୟ ପ୍ରଦାନ ସହ ବହିଷ୍କୃତ ଆଦେଶ କୁ ପ୍ରତ୍ୟାହାର କରିବା ପାଇଁ ଗତ ସେପ୍ଟେମ୍ବର ମାସ ୨୩ ତାରିଖରେ କୁଳପତିଙ୍କ ନିକଟରେ ଆବେଦନ କରିଥିଲେ ମଧ୍ୟ ତାହା କୁଳପତିଙ୍କ ନିକଟରେ ବିଚାରାଧୀନ ରହିଛି। କିନ୍ତୁ ଆସନ୍ତା ୪ ତାରିଖରୁ ପରୀକ୍ଷା ଅନୁଷ୍ଠିତ ହେଉଥିବା ଯୋଗୁଁ ଦୁର୍ଗାମାଧବ ଙ୍କୁ ପକ୍ଷରୁ ତାଙ୍କୁ ନ୍ୟାୟ ପ୍ରଦାନ ସହ ପରୀକ୍ଷା ଦେବା ପାଇଁ ଅନୁମତି ପ୍ରଦାନ ପାଇଁ ରିଟ ପିଟିସନ ଦାଖଲ କରିଥିଲେ। ଏହାକୁ ଆଧାର କରି ନ୍ୟାୟଧିଶ ଙ୍କ ପକ୍ଷରୁ ଗତ ନଭେମ୍ବର ୨୮ ତାରିଖରେ ମାମଲା ର ବିଚାରଣ କରି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କୁଳପତି ଫଇସଲା କରିବାକୁ ନିର୍ଦ୍ଦେଶ ଦେବା ସହ ଯଦି ନିକଟ ଭଵିଷ୍ୟତ୍ ରେ କୌଣସି ପରୀକ୍ଷା ଅନୁଷ୍ଠିତ ହୁଏ, ପରୀକ୍ଷା ପାଇଁ ବହିଷ୍କୃତ ଛାତ୍ରଙ୍କ ଦରଖାସ୍ତ ଗ୍ରହଣ କରି ବିଚାର କରିବାକୁ ନିର୍ଦେଶ ଦେଇଥିବା ଆଇନଜୀବୀ ରଶ୍ମିରଞ୍ଜନ ସିହ୍ନା ସୂଚନା ଦେଇଛନ୍ତି।ଏହା ସହ ଆଜି ଦୁର୍ଗାମାଧବ ନିଜେ ବିଶ୍ବବିଦ୍ୟାଳୟ ରେ‌ ପହଞ୍ଚି ପିଜି କାଉନସିଲ ଅଧ୍ୟକ୍ଷ ଙ୍କ ସମେତ ପରୀକ୍ଷା ନିୟନ୍ତ୍ରକ ଙ୍କୁ ଭେଟି ତାଙ୍କୁ ପରୀକ୍ଷା ଦେବା ନିମନ୍ତେ ଅନୁମତି ଦେବାକୁ ଅନୁରୋଧ ମଧ୍ୟ କରାଯାଇଥିବା ଦୁର୍ଗା ମାଧବ ପ୍ରକାଶ କରିଛନ୍ତି।ଘଟଣା ନେଇ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଙ୍କ ସହ ଆଲୋଚନା ବେଳେ ସେ ସୂଚନା ଦେଇଛନ୍ତି ବିଶ୍ବବିଦ୍ୟାଳୟ କୁ ନ୍ୟାୟଳୟ ର ଶୁଣାଣୀ କପି ଆସିଥିବା ବେଳେ ଏହା ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories