Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଷ୍ଟ୍ ଅନୁଷ୍ଠାନ ର ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ଙ୍କୁ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ବିପିୟୁଟି ପ୍ରତିଷ୍ଠା ଦିବସରେ ସମ୍ମାନିତ ।

ଗୋପାଳପୁର,୦୨/୧୨
ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ର ୨୨ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନିଷ୍ଟ ଅନୁଷ୍ଠାନ ର ତିନି ଜଣ ଅଧ୍ୟାପକ ଙ୍କୁ ଗବେଷଣା କ୍ଷେତ୍ର ରେ ଉଲେଖନୀୟ ସଫଳତା ପାଇଁ ସମ୍ମାନିତ କରାଯାଇଛି I ଇ. ସି. ଇ. ର ଅଧ୍ୟାପକ ଡ. ସନ୍ଦୀପନ ମଲ୍ଲିକ, ବିଦ୍ୟୁତ ବିଜ୍ଞାନ ର ଅଧ୍ୟାପକ ଡ. ସଚ୍ଚିଦାନନ୍ଦ ପ୍ରସାଦ ସମ୍ମାନିତ ହୋଇଥିବା ବେଳେ ଏବଂ ରିସର୍ଚ୍ଚ ସ୍କଲାର ବର୍ଗରେ ପ୍ରଫେସର ହରିକୃଷ୍ଣ ଗନ୍ତାୟତ ଏବଂ ପାର୍ଥ ପ୍ରତିମ ମାଇତି‌ ପ୍ରମୁଖଙ୍କୁ ଗବେଷଣା କ୍ଷେତ୍ର ରେ ଉଲ୍ଲେଖନୀୟ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା।
ବିଦ୍ୟାର୍ଥୀ ଙ୍କ ବର୍ଗ ରେ ଆୟୋଜିତ ବିପିୟୁଟି ଟେକ୍ କାର୍ଣ୍ଣିଭାଲ ର ବିଭିନ୍ନ ବିଭାଗ ରେ ନିଷ୍ଟ ଅନୁଷ୍ଠାନ ର ଇସିଇ ବିଭାଗ ର ଭି ସୋମେଶ୍ୱର ରାଓ ଏବଂ ଆଇଟିର ରାହୁଲ କୁମାର Tech innovation challenge ରେ ବିଜୟୀ ହୋଇଥିବା ସହ ସିଏସଇର ଆର. ହିରଣ୍ମୟୀ ଏବଂ ଇସିଇର ଅନମୋଲ ବିଶୋୟୀ କ୍ୟାନଭାସ ଭିଡିଓ ମାଧ୍ୟମରେ ପିଚ୍-ଡେକ୍ ଉପସ୍ଥାପନାରେ ଶ୍ରେଷ୍ଠ ସହ ଟେକ୍ନିକାଲ ପୋଷ୍ଟର ଉପସ୍ଥାପନାରେ ସିଏସ୍ଇ ବିଭାଗ ର ମଧୁରିମା ସିଟ୍ ଓ ଇଇ ବିଭାଗର ଆୟୁଷ ବେହେରା ରନର୍ସ ଅପ୍ ଭାବେ ସମ୍ମାନିତ ହେବା ସହ ଡକ୍ୟୁମେଣ୍ଟାରୀ ମୁଭି ମେକିଂରେ ୨ୟ ରନର୍ସଅପ୍ ଭାବେ ଇସିଇ ବିଭାଗ ର ଅନୁପୋଜୁ ଆଶିଷ କୁମାର ଓ ସିଏସ୍ଇ ବିଭାଗ ର ରାହୁଲ କୁମାର ବେହେରା ସଫଳତା ହାସଲ କରିଥିବା ବେଳେ ଇସିଇ ବିଭାଗ ର ଆଦିତ୍ୟ କୁମାର ସାହୁ ideathon ପ୍ରତିୟୋଗିତାରେ ୨ୟ ରନର୍ସଅପ୍ ଭାବରେ ସମ୍ମାନିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ବିପିୟୁଟିର କୁଳପତି ଡ଼ଃ ଅମୀୟ କୁମାର ରଥଙ୍କ ସମେତ ରେଜିଷ୍ଟ୍ରାର ନିଶି ପୁନମ ମିଞ୍ଜ, ଟିସିଏସର ମୁଖ୍ୟ ସ୍ଥପତି ତଥା ବ୍ୟବସାୟିକ ସହୟୋଗୀ ସ୍ୱରୂପ କୁମାର ରଥ ଏବଂ ବେଦାନ୍ତ ଲିମିଟେଡର ସଭାପତି ଡଃ ତପନ କୁମାର ଚାନ୍ଦ ପ୍ରମୁଖ ଉପସ୍ଥିତ ରହି ଅଧ୍ପୁୟାପକ ଓ ବିଦ୍ୟାର୍ଥୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅଧ୍ୟାପକ ଓ ବିଦ୍ୟାର୍ଥୀ ଙ୍କ କୃତିତ୍ୱ ପାଇବା ନେଇ ନିଷ୍ଟ ର ପ୍ରତିଷ୍ଠାତା ଡ଼. ସୁକାନ୍ତ କିଶୋର ମହାପାତ୍ର, ଭାରପ୍ରାପ୍ତ ଅଧକ୍ଷ ଡ଼. ବିଷ୍ଣୁକର ନାୟକ ଏବଂ ଆଡମିନ ମୁଖ୍ୟ ଇଂ ସୟଦ ସୁଲେମାନ ଅଲି ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories