Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆ ଓଡ଼ିଶା ପାଳନ ଅବସରରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ

ଝାରସୁଗୁଡା ୨/୧୨ (ଓଡ଼ିଶା ନ୍ୟୁଜ) ରାଜ୍ୟ ସରକାରଙ୍କ ନୂଆ ଓଡ଼ିଶା କାର୍ଯ୍ୟକ୍ରମ ପାଳନ ଅବସରରେ ଲଖନପୁର ବ୍ଲକ ଅନ୍ତର୍ଗତ ମହିମା ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବପୀଢ଼ି ମାନଙ୍କୁ ସାମାଜିକ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ବ୍ରତୀ ହେବା ପାଇଁ ଉତ୍ସାହିତ କରିବା । ଏହି ଉଦ୍ଦେଶ୍ୟକୁ ସାକାର କରିବାର ଲକ୍ଷ୍ୟ ନେଇ ମହିମା ସ୍ନାତକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ପ୍ରକାର ସ୍ଲୋଗାନ ମାନ ଦେଇ ପଞ୍ଚଗାଁ, ଡୁମେରଢ଼ୀପା ଗ୍ରାମ ପରିକ୍ରମା କରି ସ୍ୱଚ୍ଛତା ସମ୍ପର୍କରେ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ । ଏହା ସହିତ ଗ୍ରାମ ପରିସରରେ ପଡ଼ିଥିବା ଜରି, କାଗଜ, ଆବର୍ଜନା ଇତ୍ୟାଦିକୁ ସଫା କରିଥିଲେ । ଏହା ବ୍ୟତୀତ ମହାବିଦ୍ୟାଳୟ ପରିସରକୁ ମଧ୍ୟ ସଫା ସୁତୁରା କରିଥିଲେ । କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ରମଣୀ ରଞ୍ଜନ ବିଶ୍ଵାଳ ପ୍ରୋତ୍ସାହିତ କରିଥିବା ବେଳେ ଅଧ୍ୟାପକ ବିରଞ୍ଚି ପଧାନ,ସୁବ୍ରତ ବଢ଼ାଇ, ଅଧ୍ୟାପିକା ଡ.ନମିତା ଲକ୍ଷ୍ମୀ ଜଗଦେବ ଓ ସଂଯୁକ୍ତା ସାଙ୍ଗା, ଶାରୀରିକ ଅଧ୍ୟାପକ ନାରାୟଣ ସା, ମୀନକେତନ ପଧାନ ଛାତ୍ରଛାତ୍ରୀ ମାନଙ୍କୁ ନିଜର ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହିମା ସ୍ନାତକ ମହା ବିଦ୍ୟାଳୟର ପରିଚାଳନା କମିଟି,ଛାତ୍ରଛାତ୍ରୀ ଏବଂ ସମସ୍ତ କର୍ମଚାରୀ ବୃନ୍ଦ ସାମିଲ ହୋଇ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ