Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁତିଆପାଲି କଲେଜରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ପଞ୍ଚାୟତ ର ଭୁତିଆପାଲି ସ୍ଥିତ ପରମେଶ୍ବରୀ ହାୟର ସେକେଣ୍ଡାରୀ ସ୍କୁଲ ରେ ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ନୂଆ ଓ ଯୁବ ଓଡ଼ିଶା , ନବୀନ ଓଡ଼ିଶା ଅନ୍ତର୍ଗତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ର ଅଧ୍ୟକ୍ଷ ସୁବାସ ପଣ୍ଡା ଙ୍କ ପୌରୋହିତ୍ୟ କ୍ରମେ ଅନୁଷ୍ଠିତ ସଭାରେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ବୀରମହାରାଜପୁର ମହାବିଦ୍ୟାଳୟ ର ଇତିହାସ ବିଭାଗର ମୁଖ୍ୟ ଡ଼ଃ. ହିମାଂଶୁ ଶେଖର ପାଢ଼ୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଯୁବ ଶକ୍ତି ହେଉଛନ୍ତି ରାଷ୍ଟ୍ର ଶକ୍ତି । ତେଣୁ ଯୁବକ ଓ ଛାତ୍ର ଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ର ବିକାଶ ପାଇଁ ସର୍ବଦା ପଦକ୍ଷେପ ନେବା ଆବଶ୍ୟକ। ଏ ଦିଗରେ ଓଡ଼ିଶା ସରକାର ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ଆୟୋଜକ କରିଛନ୍ତି ଏହି କାର୍ଯ୍ୟକ୍ରମ । ଫଳରେ ଛାତ୍ର ଛାତ୍ରୀ ମାନେ ଏହା ଦ୍ବାରା ଖେଳ ,ସ ସାଂସ୍କୃତିକ ଓ ସମାଜ ସେବା ଉପରେ ଅଧିକ ଜ୍ଞାନ ପାଇବା ସହିତ ଉପକୃତ ହେବେ । ଏଣୁ ଏହି କାର୍ଯ୍ୟକ୍ରମ ପ୍ରଶଂସନୀୟ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପଣ୍ଡା ଏହି ଅବସର ଉଦ୍ଦେଶ୍ୟ ଜ୍ଞାପନ କରି ଏହି କାର୍ଯ୍ୟକ୍ରମ ୧୫ ଦିନ ଧରି ହେବ ବୋଲି ସୂଚନା ଦେବା ସହିତ ଏଥିରେ କଲେଜର ଛାତ୍ରୀ ଛାତ୍ର ଙ୍କ ପାଇଁ ଖେଳ ଓ କ୍ରୀଡ଼ା ପ୍ରତିଯୋଗିତା , ସାଂସ୍କୃତିକ ପ୍ରତିଯୋଗିତା ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦେଇଥିଲେ । ବିଭିନ୍ନ ପର୍ଯ୍ୟାୟର ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରେ କଲେଜର ସମସ୍ତ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରୁଛନ୍ତି । କାର୍ଯ୍ୟକ୍ରମ କୁ ଇଂରାଜୀ ବିଭାଗର ଅଧ୍ୟାପିକା ଶେଫାଳୀ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଓଡ଼ିଆ ବିଭାଗର ଅଧ୍ୟାପକ ଶରତ କୁମାର ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ। ସଭାପରେ ଅତିଥିମାନେ କ୍ରୀଡ଼ା ପତାକା ଉତ୍ତୋଳନ କରି ପ୍ରତିଯୋଗିତା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ