ଚିପିଲିମା,(ବୁର୍ଲା )ଭୀମସାର ର ବି ଏସ ସି ନର୍ସିଂ କଲେଜ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛିI ଏଥିରେ ନର୍ସିଂ କଲେଜ ଅଧକ୍ଷ୍ୟ ଶ୍ରୀମତୀ ଗୀତାଞ୍ଜଳି ବେହେରା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଏକ୍ସ ଆର୍ମି କମାଣ୍ଡୋ ଦେ ନାରାୟଣ ତିୱାରୀ, ସମ୍ମାନିତ ଅତିଥି ଭାବେ ଭୀମସାର ର ଅଧିକ୍ଷକ ଡ଼ା ଲାଲମୋହନ ନାୟକ,ବିଜେଡି ଜିଲ୍ଲା ଉପସଭାପତି ଦେବାଶିଷ ନନ୍ଦ. ସମ୍ପାଦକ ତରଣୀସେନ ଚାନ୍ଦ. ଜୋନ ଯୁବ ସାଧାରଣ ସମ୍ପାଦକ ରମାକାନ୍ତ ସାହୁ, ଶ୍ରୀମତୀ ଲୀଳାବତୀ ସ୍ୱାଇଁ ନୋଡାଲ ଅଫିସର ପ୍ରମୁଖ ଉପସ୍ଥିତ ଥିଲେI ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯୁବ ସମାଜ ଉପରେ ଯୁବାଭିମୁଖୀ ବିକାଶ ର ଅଗ୍ରଗତି ନିମନ୍ତେ ବିଭିନ୍ନ କଲେଜ ମାଧ୍ୟମରେ ହେଉଥିବା କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମୁଖ୍ୟ ଅତିଥି ଆଲୋକପାତ କରିଥିଲେ I ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଡ଼ିସେମ୍ବର ୧ ରେ ଏଡ଼ସ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଛାତ୍ର ଛାତ୍ରୀ ମାନେ ସହର ପରିକ୍ରମା କରିଥିଲେ Iପରେ ଭୀମସାର ART କେନ୍ଦ୍ର ନିକଟରେ ଏଡ଼ସ ଉପରେ ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା I ଏଥିରେ ଏଡ଼ସ ସେଲର ନୋଡାଲ ଅଫିସର ଡ଼ା ପ୍ରଫୁଲ୍ଲ କୁମାର ବରିହା ଉପସ୍ଥିତ ଥିଲେ Iଏହି କାର୍ଯ୍ୟକ୍ରମ ଆଗାମୀ ୧୪ ଡିସେମ୍ବର ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଅଧ୍ୟକ୍ଷ୍ୟ ସୂଚନା ଦେଇଛନ୍ତିI ଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଶିକ୍ଷକ ଓ ଛାତ୍ର ଛାତ୍ରୀମାନେ ଧନ୍ୟବାଦ ଅର୍ପଣ କରିଥିଲେ I ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପିକା କଲ୍ୟାଣୀ ମହାନ୍ତି ଓ ଚିନ୍ମୟୀ କଉ, ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଲଷ୍ମୀପ୍ରିୟା ମଣ୍ଡଳ, ଲକି ମେହେର, ସୁରଜ କୁମାର ପରିଡା, ରାଜା ନାୟକ, ରାହୁଲ ରାଜ ସେନାପତି, ଶିବାଶ୍ରିବାଦ ସ୍ୱାଇଁ, ଦେବୀଦତ୍ତ ଜେନା, ଲିକୁନ ପ୍ରଧାନ, ଘୁଙ୍ଗୁରୁ ଦାସ, ରୁପାଲୀ ବାରିକ, ଓ ରୂପବତୀ ମାରାଣ୍ଡି ପରିଚାଳନା କରିଥିଲେ I