Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ପରାଜୟର ରାଗ ସଂସଦରେ ବାହାର କରିବେ ନାହିଁ’ ଶୀତକାଳୀନ ଅଧିବେଶନ ପୂର୍ବରୁ ପିଏମ ମୋଦୀଙ୍କ ବିରୋଧୀଙ୍କୁ ଆକ୍ଷେପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆରମ୍ଭ ହୋଇଥିବା ଶୀତାକଳୀନ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ସେ ଚାରି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରି କହିଛନ୍ତି ଯେ, ଦେଶବାସୀ ନକରାତ୍ମକଙ୍କୁ ଖଣ୍ଡନ କରିଛନ୍ତି।

ସେ ବିରୋଧୀଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ଯେଉଁ ଲୋକ ନିର୍ବାଚନ ହାରିଛନ୍ତି, ସେମାନେ ସଂସଦରେ ନିଜ ପରାଜୟର ରାଗ ବାହାର କରିବେ ନାହିଁ। ଏହା ସହିତ ସେ ବିରୋଧୀଙ୍କ ମହତ୍ଵକୁ ମଧ୍ୟ ରେଖାଙ୍କିତ କରିଛନ୍ତି। ପିଏମ ମୋଦୀ କହିଛନ୍ତି, ଗଣତନ୍ତ୍ରରେ ଶାସକ ଓ ବିରୋଧୀ ଉଭୟ ବରାବର ଗୁରୁତ୍ଵପୂର୍ଣ୍ଣ। ସେ ରାଜନୈତିକ ବିଶ୍ଳେଷକଙ୍କୁ ଏହି ନିର୍ବାଚନକୁ ସକରାତ୍ମକ ଭାବେ ଦେଶ ସାମ୍ନାରେ ଉପସ୍ଥାପନ କରିବାକୁ ଅପିଲ୍ କରିଛନ୍ତି।

ପ୍ରଧାନମନ୍ତ୍ରୀ ତିନି ରାଜ୍ୟରେ ବିଜେପିର ବିଜୟ ପରେ କହିଛନ୍ତି, କିଛି ଲୋକ ଏହାକୁ କ୍ଷମତା ସମର୍ଥକ, ସୁଶାସନ କିମ୍ବା ପାରଦର୍ଶିତା କୁହାଯାଏ। ଦେଶ ଏହା ମଧ୍ୟ ଦେଖୁଛି। ଦେଶ ନକରାତ୍ମକ ଲୋକଙ୍କୁ ଖାରଜ କରିଛନ୍ତି। ଲୋକଙ୍କ ଆକାଂକ୍ଷାକୁ ମଜବୁତ କରିବା ପାଇଁ ଗଣତନ୍ତ୍ରର ମନ୍ଦିର ବେଶ ଗୁରୁତ୍ଵପୂର୍ଣ୍ଣ ମଞ୍ଚ। ମୁଁ ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରୁଛି ସେମାନେ ପ୍ରସ୍ତୁତି କରି ଆସନ୍ତୁ ଏବଂ ସଂସଦରେ ଉପସ୍ଥାପିତ ହେବାକୁ ଥିବା ବିଧେୟକ ଉପରେ ଆଲୋଚନା କରନ୍ତୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ