ଝାରସୁଗୁଡା ୫/୧୨ (ଓଡ଼ିଶା ନ୍ୟୁଜ) ଲଖନପୁର ବ୍ଲକ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଜାପାଲି ମହିମା ସ୍ନାତକ ମହା ବିଦ୍ୟାଳୟରେ ନୂଆ ଓଡ଼ିଶା ପାଳନ ଅବସରରେ ସୋମବାର ଦିନ କ୍ରୀଡ଼ା ଓ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହିମା ସ୍ନାତକ ମହା ବିଦ୍ୟାଳୟର ଅଧ୍ୟକ୍ଷ ରମଣୀ ରଞ୍ଜନ ବିଶ୍ଵାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଥମ ପର୍ଯ୍ୟାୟରେ ଆୟୋଜିତ କାର୍ଯ୍ୟକ୍ରମରେ ଭଳିବଲ, କ୍ୟାରମ ଓ ଚେସ ପ୍ରତିଯୋଗୀତା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହାକୁ ଖେଳ ଶିକ୍ଷକ ନାରାୟଣ ସା ପରିଚାଳନା କରିଥିଲେ । ଶିକ୍ଷା ଅଧ୍ୟାପକ ସୁବ୍ରତ ବଢ଼ାଇ,ଇତିହାସ ଅଧ୍ୟାପିକା ସଂଯୁକ୍ତା ସାଙ୍ଗା, ଡେମୋନଷ୍ଟେଟର ଅଞ୍ଜଳୀ ପାତ୍ର, ଲଳିତ ପଧାନ,ସିତାରାମ ଗଣ୍ଡ ପରିଚାଳନାରେ ସହଯୋଗ କରିଥିଲେ ।
ସେହିପରି କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ଲାଷ୍ଟିକ ମୁକ୍ତ ଏକ ସଚେତନତା ରେଲି ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମହା ବିଦ୍ୟାଳୟର ୩ ଶହ ଛାତ୍ରଛାତ୍ରୀ ସାମିଳ ହୋଇ ଏକ ଶୋଭାଯାତ୍ରାରେ ବାହାରି ପ୍ଲାଷ୍ଟିକ ମୁକ୍ତ ସଚେତନତା ବ୍ୟାନର ଓ ପ୍ଲା କାର୍ଡ ଧରି ନିକଟସ୍ଥ ରେଙ୍ଗାଲି ଗ୍ରାମ ପରିକ୍ରମା କରି ଗାଁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସରକାରଙ୍କ ପ୍ଲାଷ୍ଟିକ ମୁକ୍ତ ବିଷୟବସ୍ତୁ ଉପରେ ଆଧାରିତ ଏକ ପଥପ୍ରାନ୍ତ ନାଟକ ମଧ୍ୟ ମଞ୍ଚସ୍ଥ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ରମଣୀ ରଞ୍ଜନ ବିଶ୍ଵାଳ,ଓଡ଼ିଆ ଅଧ୍ୟାପକ ବିରଞ୍ଚି ପଧାନ,ଶିକ୍ଷା ଅଧ୍ୟାପକ ସୁବ୍ରତ ବଢ଼ାଇ,ଇଂରାଜୀ ଅଧ୍ୟାପିକା ଡ. ନମିତା ଲକ୍ଷ୍ମୀ ଜଗଦେବ, ଇତିହାସ ଅଧ୍ୟାପିକା ସଂଯୁକ୍ତା ସାଙ୍ଗା, ଅଞ୍ଜଳୀ ପାତ୍ର,ମୀନକେତନ ପଧାନ,ସିତାରାମ ଗଣ୍ଡ ପ୍ରମୁଖ ସାମିଲ ହୋଇ ସହଯୋଗ କରିଥିଲେ ।