Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଷ୍ଟ୍ ଅନୁଷ୍ଠାନ ର ମ୍ୟାନେଜମେଣ୍ଟ କ୍ଲବ୍ ତରଫ ରୁ ତକ୍ଷକ କାର୍ଯ୍ୟକ୍ରମ ଆୟୋଜିତ ।

ଗୋପାଳପୁର,୦୫/୧୨
ପାଲୁର ହିଲ୍ ଠାରେ ଥିବା ନିଷ୍ଟ୍ ଅନୁଷ୍ଠାନ ର ମ୍ୟାନେଜମେଣ୍ଟ କ୍ଲବ ଦ୍ୱାରା ବିଜିନେସ୍ ଗେମ୍ ଇଭେଣ୍ଟ “ତକ୍ଷକ” ଅନୁଷ୍ଠାନ ପରିସରରେ ଦିଗନ୍ତ କେୟାର ଏବଂ ଏ ୪ କନ୍ସେର୍ଭ ଦ୍ୱାରା ଆୟୋଜିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ଆଖପାଖ ଅଞ୍ଚଳ ର ୧୮ ଟି ମହାବିଦ୍ୟାଳୟରୁ ୧୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏକତ୍ରିତ ହୋଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ବିଷ୍ଣୁକର ନାୟକ ଯୋଗ ଦେଇଥିବା ବେଳେ ଇଂ. ସୟଦ ସୁଲେମାନ ଅଲ୍ଲୀ ସମ୍ମାନିତ ଅତିଥି ଭାବେ, ଡିନ୍ ଡ. ସବ୍ୟସାଚୀ ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।ଏମ ବି ଏ ବିଭାଗୀୟ ମୁଖ୍ୟ ଡାକ୍ତର ଅମରନାଥ ପାଢ଼ୀ, କ୍ଲବ୍ ଉପଦେଷ୍ଟା ଡାକ୍ତର ତୁଷାର ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉଦବୋଧନ ଦେଇଥିଲେ । ବିଭିନ୍ନ ଅନୁଷ୍ଠାନ ରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ରଣନୈତିକ ନିଷ୍ପତ୍ତି, ମାର୍କେଟିଂ ଯୋଜନା ପ୍ରସ୍ତୁତ ବିଷୟରେ ଜ୍ଞାନ ଆହରଣ କଲେ । ଏହି କାର୍ୟ୍ୟକ୍ରମର ଶେଷରେ ବିଜେତା ଓ ଉପବିଜେତାମାନଙ୍କୁ ଦିଗନ୍ତ କେୟାରର ପ୍ରତିନିଧି ସଞ୍ଜୁକ୍ତା ପଣ୍ଡା, ଝରଣା ରଥ, ଉଷାରାଣୀ ପାଢୀ, ଡ଼ଃ ବିଷ୍ଣୁକର ନାୟକ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ। “ତକ୍ଷକ” ଏକ ଉଲ୍ଲେଖନୀୟ ସଫଳତା ବୋଲି ପ୍ରମାଣିତ ହୋଇଥିଲା, ଯୁବ ପ୍ରତିଭାମାନଙ୍କୁ ସେମାନଙ୍କ ବ୍ୟବସାୟିକ ଦକ୍ଷତା ପ୍ରଦର୍ଶନ କରିବା ଏବଂ ଅମୂଲ୍ୟ ଦଳଗତ କାର୍ୟ୍ୟ, ନେତୃତ୍ୱ, ଏବଂ ରଣନୈତିକ ଚିନ୍ତାଧାରା ପାଠ ଶିଖିବା ପାଇଁ ଏକ ମଞ୍ଚ ପ୍ରଦାନ କରିଥିଲା। ଏହି କାର୍ୟ୍ୟକ୍ରମ ସୁସ୍ଥ ପ୍ରତିୟୋଗିତାର ଭାବନାକୁ ପ୍ରୋତ୍ସାହିତ କରିଥିଲା ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଏକ ମୂଲ୍ୟବାନ ଶିକ୍ଷଣୀୟ ଅନୁଭୂତି ଭାବେ କାର୍ୟ୍ୟ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories