Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜ୍ୟ ସ୍ତରୀୟ ବକ୍ସିଂ ପ୍ରତିଯୋଗୀତାରେ ଛାତ୍ରୀଙ୍କ କୃତିତ୍ଵ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅଞ୍ଚଳର କ୍ରୀଡାବିତ କୃତିତ୍ଵ ଅର୍ଜନ କରିଥିଲେ ରାଜ୍ୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତା ରେ I ଆଉ ସେମାନେ ମଧ୍ୟ ଜାତୀୟ ସ୍ତରରେ ଖେଳିବା ପାଇଁ ମନୋନିତ ହୋଇଛନ୍ତି I ସୂଚନା ଯୋଗ୍ୟ ଯେ, ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପୁରୀ ଠାରେ ଅନୁଷ୍ଠିତ ବକ୍ସି ପ୍ରତିଯୋଗୀତା ରେ ସୁବଳୟା କଲେଜ ର ଯାଜ୍ଞସେନୀ ପରଡିଆ ଏବଂ ଶୁଭ୍ରତl କଲତା ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ ଛାତ୍ରୀ କରିସ୍ମା ସେଠି ରୋପ୍ୟ ପଦକ ପାଇଛନ୍ତି I ସେହିପରି ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ କଲେଜ ର ଛାତ୍ରୀ ଶାନ୍ତି ଭୋଇ 45 କେ ଜି ବର୍ଗରେ ସ୍ଵର୍ଣ୍ଣ ପଦକ ପାଇଛନ୍ତି l ଆସନ୍ତା ଜାନୁୟାରୀ 2 ତାରିଖ ରେ ଦିଲ୍ଲୀ ଠାରେ ହେବାକୁଥିବା ଜାତୀୟ ସ୍ତରୀୟ ପ୍ରତିଯୋଗୀତା ରେ ସେମାନେ ଭାଗ ନେବେ ବୋଲି ଜଣାପଡିଛି l ସମସ୍ତ କୃତି ଛାତ୍ରୀ ଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜଣାଇଛନ୍ତି I