Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଂସଦ ପଦରୁ ଇସ୍ତଫା ଦେଲେ ବିଜେପିର ନବ ନିର୍ବାଚିତ ବିଧାୟକ, ପିଏମଙ୍କ ସହ ହୋଇଥିଲା ବୈଠକ

ନୂଆଦିଲ୍ଲୀ: ନିକଟରେ ସଂପନ୍ନ ୫ ରାଜ୍ୟର ବିଧାନସଭା ନିର୍ବାଚନ ୨୦୨୩ରେ ଭାରତୀୟ ଜନତା ପାର୍ଟି ତିନି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ପୂର୍ଣ୍ଣ ବହୁମତ ହାସଲ କରି ସରକାର ଗଢିଛି। ଏହି ରାଜ୍ୟଗୁଡ଼ିକରେ ବିଜେପି ନିଜର ସାଂସଦମାନଙ୍କୁ ମଇଦାନକୁ ଓହ୍ଲାଇଥିଲା। ଏବେ ନିର୍ବାଚନ ଜିତିଥିବା ସାଂସଦମାନେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବା ପରେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି।

ଏହି ସାଂସଦଙ୍କ ମଧ୍ୟରେ ମଧ୍ୟପ୍ରଦେଶରୁ ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ୍, ରାକେଶ ସିଂହ, ଉଦୟ ପ୍ରତାପ ଓ ନୀତି ପାଠକ, ଛତିଶଗଡ଼ରୁ ଅରୁଣ ସାଓ ଓ ଗୋମତୀ ସାଇ ଓ ରାଜସ୍ଥାନରୁ ରାଜ୍ୟବର୍ଦ୍ଧନ ସିଂ ରାଠୋର, ଦୀୟା କୁମାରୀ ଓ କିରୋଡ଼ି ଲାଲ ମୀନା ସାମିଲ୍। ରାଜସ୍ଥାନରୁ ଏହି ତିନି ନେତାଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ପଦ ନେଇ କଳ୍ପନା ଜଳ୍ପନା ବଢିଯାଇଛି।

ଏ ପର୍ଯ୍ୟନ୍ତ ୧୦ ସାଂସଦ ଇସ୍ତଫା ଦେଇଥିବା ବେଳେ ରେଣୁକା ସିଂ ଓ ବାଲକନାଥ ଆଜି ଦିଲ୍ଲୀ ପହଞ୍ଚି ପାରି ନାହାନ୍ତି। ବିଧାସନଭା ନିର୍ବାଚନ ଜିତିଥିବା ଅବଶିଷ୍ଟ ସାଂସଦ ଆଜି କିମ୍ବା ଆସନ୍ତାକାଲି ଇସ୍ତଫା ଦେଇ ପାରନ୍ତି। ମହନ୍ତ ବାଲକନାଥ ଅଲଓ୍ଵର ସିଟରୁ ସାଂସଦ ଅଛନ୍ତି। ସେ ମଧ୍ୟ ବିଧାନସଭା ନିର୍ବାଚନ ଜିତିଛନ୍ତି। ତାଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ନିକଟତର ବୋଲି କୁହାଯାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ