ଅପହଞ୍ଚ ଦେବଝରନ ଗାଁ ରେ ବିଜୁଳି ଆଲୁଅ ଦେଖି ଖୁସିରେ ନାଚି ଉଠିଲେ ଗ୍ରାମବାସୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଏସ୍ ପତ୍ରାପାଲି ପଞ୍ଚାୟତର ସୀମାନ୍ତ ଅପହଞ୍ଚ ଗ୍ରାମ ଦେବ ଝରଣ ଗ୍ରାମରେ ପ୍ରଶାସନ ଓ ବିଦ୍ୟୁତ ବିଭାଗ ର ପ୍ରଚେଷ୍ଟା ଦ୍ୱାରା ଗାଁ ରେ ପହଞ୍ଚିଲା ଆଳୁଅ , ଜଳିଲା ବଲବ l ଖୁସିରେ ନାଚି ଉଠିଲେ ଗ୍ରାମବାସୀ I ସୋମବାର ସନ୍ଧ୍ୟା ରେ ପ୍ରଶାସନ ତରଫରୁ ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂ ଙ୍କ ସହିତ ଟି ପି ଡବ୍ଲୁ ଓ ଡି ଏଲ ନିର୍ବାହୀ ଯନ୍ତ୍ରୀ ଇଂ ଅଶୋକ କୁମାର ମିଶ୍ର , ବୀରମହାରାଜପୁର ଏସଡିଓ ସୌମ୍ୟରଞ୍ଜନ ଦାଶ ଏବଂ ତାଙ୍କ ସହ ଅନ୍ୟାନ୍ୟ ବିଦ୍ୟୁତ ବିଭାଗୀୟ ଅଧିକାରୀ ଅପହଞ୍ଚ ଗ୍ରାମ ଦେବଝରଣ କୁ ଯାଇ ବିଜୁଳି ଜାଳିବାର ଶୁଭାରମ୍ଭ କରିଥିଲେ l ଗାଁ ରେ ବିଜୁଳି ଆଲୁଅ ପହଂଚି ଥିବାରୁ ଲୋକଙ୍କ ଅନେକ ଦିନର ସ୍ବପ୍ନ ସାକାର ହୋଇଛି l ଜିଲ୍ଲାପ୍ରଶାସନ ତଥା ବିଦ୍ୟୁତ ବିଭାଗ ର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ସହ ସମସ୍ତେ ଖୁସିରେ ନାଚି ଉଠିଥିଲେ l ଗ୍ରାମବାସୀ ବିଦ୍ୟୁତ ସେବା ପାଇଥିବାରୁ ସେମାନଙ୍କ ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି ।ଏହି ଅବସରରେ ଉପଜିଲ୍ଲାପାଳ ବୀରମହାରାଜପୁର ଶ୍ରୀ ସିଂ ଗ୍ରାମ ର ସମସ୍ତ ଜନସାଧାରଙ୍କ ସହ ମିଶିବା ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ l