Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମଚନ୍ଦ୍ରପୁର ନୃସିଂହନାଥ ମନ୍ଦିର କଲ୍ୟାଣ ମଣ୍ଡପ ସିଡି ରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ଗୋପାଳପୁର ୭/୧୨
ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିରର କଲ୍ୟାଣ ମଣ୍ଡପ ଠାରେ ଆଜି ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହକୁ ଉଦ୍ଧାର କରାଯାଇଛି l ମୃତକ ଜଣକ ହେଲେ ବ୍ରହ୍ମପୁର ବ୍ୟାଙ୍କ କୋଲନି ବାପୁଜୀ ନଗର ୫ ଲାଇନର ଜିତେନ୍ଦ୍ର କୁମାର ପାଣିଗ୍ରାହୀ, ବୟସ ୪୯ ବୋଲି ପୁଲିସ କହିଛି l ସୂଚନା ପ୍ରକାରେ ରାମଚନ୍ଦ୍ରପୁର ସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିରର କଲ୍ୟାଣ ମଣ୍ଡପର ଛାତ ଉପରେ ଥିବା ସିଡ଼ି ଗ୍ରିଲକୁ ଗାମୁଛା ଦେଇ ବାହାର ପଟେ ଝୁଲୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ l ଖବର ପାଇଁ ଗୋପାଳପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ଖବର ଦେଇଥିଲେ l ଖବର ପାଇଁ ଭାଇ ଧର୍ମେନ୍ଦ୍ର କୁମାର ପାଣିଗ୍ରାହୀ ସେଠାରେ ପହଞ୍ଚି ଦେଖିବା ପରେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ଘଟଣା ସ୍ଥଳରେ ପୁଲିସ ଓ ସାଇଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିବା ସହ କେସ ନମ୍ବର ୨୭/୨୩ ରେ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲ ପଠା ଯାଇଥିଲା l ବ୍ୟବଛେଦ ଶବ ଗୃହରେ ମୃତ ଦେହକୁ ରଖାଯାଇଥିବା ପୁଲିସ କହିଛି lମୃତକ ଜିତେନ୍ଦ୍ର ଜଣେ ଗାୟକ ସହ ଭଲ ଉଦଘୋଷକ ଭାବେ ପରିଚିତ ରହିଥିଲେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମାନଙ୍କରେ କାର୍ଯ୍ୟ କରିବା ସହ ଗତ କିଛି ବର୍ଷ ହେଲା ରାମଚନ୍ଦ୍ର ପୁର ଅଞ୍ଚଳରେ ରହି ଆସୁଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories