ଗୋପାଳପୁର,୦୭/୧୨ ପୂର୍ବଶତ୍ରୁତା କୁ କେନ୍ଦ୍ର ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ଘଟଣାରେ ପୋଲିସ ଆଜି ଗୋଟିଏ ଗୋଷ୍ଠୀର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ଗୋଳନ୍ଥରା ଗ୍ରାମର ଘନଶ୍ୟାମ ପ୍ରଧାନ(୨୨) ବୋଲି ପୋଲିସ ସୂଚନା ଦେଇଛି l ଅଭିଯୋଗ ଅନୁଯାୟୀ ଗତ ନଭେମ୍ବର ୩୦ତାରିଖ ସନ୍ଧ୍ୟାରେ ଗୋଳନ୍ଥରା ର ନିଗମ ତାଙ୍କ ସାଙ୍ଗ ମାନଙ୍କ ସହ ମିଶି ଗୋଳନ୍ଥରା ଚଟି ଖେଳ ପଡିଆ କୁ ଯାଉଥିବା ବେଳେ ଅପର ଗୋଷ୍ଠୀ ଘନଶ୍ୟାମ ପ୍ରଧାନ ସହ ପୂର୍ବ ଶତ୍ରୁତାକୁ ନେଇ ଯୁକ୍ତି ତର୍କ ହୋଇଥିଲା l ଘଟଣା ର କିଛି ସମୟ ପରେ ଗୋଳନ୍ଥରା ଚଟି ଛକ ଠାରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମୁହଁ ମୁହିଁ ହୋଇ ମାର ପିଟ ହୋଇଥିଲା । ଏଥିରେ ନିଗମ ଗୁରୁତ୍ୱର ଆହତ ହୋଇଥିବା ବେଳେ ଘନଶ୍ୟାମ ମଧ୍ୟ୍ୟ ଆହତ ହୋଇଥିଲେ l ଆହତ ନିଗମକୁ ପରିବାର ବର୍ଗ ଙ୍କ ପକ୍ଷରୁ ପ୍ରଥମେ ଗିରିସୋଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା l ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱ ହେବାରୁ ନିଗମକୁ ବ୍ରହ୍ମପୁର ବଡ଼ ମେଡିକାଲ
ସ୍ଥାନାନ୍ତରିତ କରାଯାଇଥିଲା l ଘଟଣା ନେଇ ଘନଶ୍ୟାମ ଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୬୨୪/୨୩ରେ ତିନି ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିଲା। ଏଥି ସହ ନିଗମ ଚିକିତ୍ସିତ ହେବା ପରେ ଗୋଳନ୍ଥରା ଥାନାରେ ଘନଶ୍ୟାମ ଓ ତାଙ୍କ ଅନ୍ୟ ସହଯୋଗୀ ଙ୍କ ନାମରେ ତାଙ୍କୁ ଛୁରୀ ସାହାଯ୍ୟ ରେ ସଂଘବଦ୍ଧ ଆକ୍ରମଣ କରିବା ସହ ପକେଟରେ ଧରିଥିବା ୨୦ ହଜାର ଟଙ୍କା ଛଡେଇ ନେଇଥିବା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଥାନା ପକ୍ଷରୁ ଅଭିଯୋଗ କୁ ଭିତ୍ତି କରି ୬୨୬/୨୩ 62ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲl ଗୁରୁବାର ଘନଶ୍ୟାମ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଉଭୟ ମାମଲା ରେ ସମ୍ପୃକ୍ତ ରହିଥିବା ଅନ୍ୟ ଅଭିଯୁକ୍ତ ଫେରାର ରହିଛନ୍ତି l ଖୁବ ଶୀଘ୍ର ଫେରାର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି l