Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୨୩ ଆୟୋଜନ ନେଇ ଅନିଶ୍ଚିତତା।

ଗୋପାଳପୁର,୦୭/୧୨ ପର୍ଯ୍ୟଟକ ଙ୍କୁ ଗୋପାଳପୁର କୁ ଆକୃଷ୍ଟ କରିବା ସହ ଗୋପାଳପୁର କୁ ଆନ୍ତର୍ଜାତିକ ସ୍ତରରେ ପରିଚିତ କରିବା ଲକ୍ଷ୍ୟରେ ରେ ଗତ ୩୦ ବର୍ଷ ତଳୁ ଆରମ୍ଭ ହୋଇଥିବା ଗୋପାଳପୁର ବେଳାଭୂମି ମହୋତ୍ସବ ଚଳିତ ବର୍ଷ ଆୟୋଜିତ ହେବା ନା ନାହିଁ ଅନିଶ୍ଚିତତା ମଧ୍ୟରେ ରହିଥିବା ଦେଖିବାକୁ ମିଳିଛି। ପ୍ରତିବର୍ଷ ଡିସେମ୍ବର ୨୪ ରୁ ୨୮ ପର୍ଯ୍ୟନ୍ତ ୫ ଦିନ ଧରି ଏହି ମହୋତ୍ସବ ଉତ୍ସାହ ସହକାରେ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇ ଆସୁଥିଲା। କିନ୍ତୁ ପୂର୍ବ ନିର୍ଦ୍ଧାରିତ ତାରିଖକୁ ଆଉ ମାତ୍ର ୧୪ ଦିନ ବାକି ରହିଥିବା ବେଳେ ଆଜି ଯାଏଁ ଏହା ମହୋତ୍ସବ ଆୟୋଜନ ନେଇ କୌଣସି ପଦକ୍ଷେପ ଗ୍ରହଣ କରା ଯାଇଥିବା ଜଣା ପଡୁନଥିବାରୁ ସାଧାରଣ ରେ ଏହା ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।୧୯୯୬ ମସିହାରେ ଗଞ୍ଜାମ ଜିଲ୍ଲା ହୋଟଲ ସଂଘ ପକ୍ଷରୁ ଗୋପାଳପୁର କୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଇବାକୁ ଡ଼ିସେମ୍ବର ମାସରେ ସଂଘର ସଦସ୍ୟ ଭି ସନ୍ତୋଷ କୁମାର ଓ ସୟଦ ରହିମ ଙ୍କ ଉଦ୍ୟମ ରେ ଆରମ୍ଭ କରାଯାଇଥିଲା।ଏହା ପରେ ଏହି ମହୋତ୍ସବ ଆଗକୁ ଆଗକୁ ବଢି ଚାଲିବା ସହ ହୋଟଲ ସଂଘ କୁ ଛାଡି ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ପାଳିତ ହୋଇ ଆସୁଥିଲେ।ଏହା ମଧ୍ୟରେ ଦୀର୍ଘ ୨୬ ବର୍ଷ ର ଯାତ୍ରା ମଧ୍ୟରେ କେବଳ ୬ ଥର ବିଭିନ୍ନ କାରଣ ପାଇଁ ମହୋତ୍ସବ ବନ୍ଦ ରହିଥିବାବେଳେ ଚଳିତ ବର୍ଷ ଏହାର ଆୟୋଜନ ନେଇ ଅନିଶ୍ଚିତତା ଦେଖାଦେଇଛି। ବିଶେଷ କରି ୧୯୯୯ରେ ମହାବାତ୍ୟା କାରଣରୁ ମହୋତ୍ସବ ହୋଇପାରିନଥିଲା । କିନ୍ତୁ ତାହା ପରଠାରୁ ୨୦୧୦ ପର୍ଯ୍ୟନ୍ତ ବିନା ସମସ୍ୟାରେ ମହୋତ୍ସବ ଧୁମଧାମରେ ପାଳିତ ହୋଇ ଆସୁଥିଲା। ୨୦୧୨ରେ ପଞ୍ଚାୟତ ନିର୍ବାଚନ ଥିବାରୁ ୨୦୧୧ରେ ମହୋତ୍ସବ ହୋଇପାରିନଥିଲା। ୨୦୧୩ରେ ଫାଇଲିନ୍ କାରଣରୁ ବନ୍ଦ ହୋଇଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ୨୦୧୮ ମହୋତ୍ସବକୁ ବାତିଲ କରାଯାଇଥିଲା। ୨୦୧୯ରେ ପୁଣିଥରେ ମହୋତ୍ସବ ଆୟୋଜନ ହେବା ପରେ କୋଭିଡ୍ କାରଣରୁ ୨୦୨୦ ଓ ୨୦୨୧ରେ ପୁଣିଥରେ ହୋଇପାରିନଥିଲା । ପ୍ରତିବର୍ଷ ମହୋତ୍ସବ ଆୟୋଜନ ରେ ନିଜେ ନେତା ଓ ମନ୍ତ୍ରୀ ସାମିଲ ରହି ଗୋପାଳପୁର ର ବହୁବିଧ ଉନ୍ନତି ନିମନ୍ତେ ଅନେକ ପ୍ରତିଶ୍ରୁତି ସହ ଘୋଷଣା କରୁଥିଲେ ସୁଦ୍ଧା ଆଜି ଯାଏଁ ଗୋପାଳପୁର ର ଉନ୍ନତି ନିମନ୍ତେ କୌଣସି ବଡ଼ ଧରଣର କାର୍ଯ୍ୟ କରା ଯାଇ ପାରିନାହିଁ। ଏଣୁ ମହୋତ୍ସବ କୁ ନିର୍ଦ୍ଧାରିତ ତାରିଖରେ ଆୟୋଜନ କରାଗଲେ ମହୋତ୍ସବ ନିଜର ଗାରିମା ବଜାୟ ରଖିବା ସହ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ମହୋତ୍ସବ ଆୟୋଜନ ନେଇ କୌଣସି ପ୍ରଶାସନିକ ଅଧିକାରୀ ମୁହଁ ଖୋଲୁ ନଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ମହୋତ୍ସବ ନେଇ କୌଣସି ବୈଠକ ହୋଇ ପାରିନାହିଁ ବୋଲି କେବଳ ମତପୋଷଣ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories