Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁବଳୟା ରେ 6 ଦିନ ଧରି ଚାଲିଥିବା ପ୍ରସିଦ୍ଧ ଗୋକୁଳାଷ୍ଟମୀ ଯାତ୍ରା ଉଦଯାପିତ I

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଠାରେ ହେଉଥିବା ପ୍ରସିଦ୍ଧ ଗୋକୁଷ୍ଟମୀ ଯାତ୍ରା ଗୁରୁବାର ଉଦଯାପିତ ହୋଇଯାଇଛି । ଚଳିତ ବର୍ଷ ୪୧ ବର୍ଷରେ ପହଞ୍ଚିଥିବା ଉକ୍ତ ଯାତ୍ରା ପାଇଁ ଉତ୍ସବ ମୁଖର ହୋଇ ପଡ଼ିଥିଲା ସୁବଳୟା ଗ୍ରାମ ।ସ୍ଥାନୀୟ ବଳଦେବ କ୍ଳବ ଆନୁକୁଲ୍ୟରେ ହେଉଥିବା ଉକ୍ତ ଯାତ୍ରା ଶନିବାର ଉଦଘାଟିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ଆୟୋଜକ ସଦସ୍ୟ ସନ୍ତୋଷ ପୁଝାରୀଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ସୁବଳୟା ସମିତି ସଭ୍ୟା ଲିଲି ମେହେର ସମ୍ମାନିତ ଅତିଥି ଭାବେ ଏହି ଉଦଘାଟନୀ ଉତ୍ସବରେ ଯୋଗଦେଇ ଥିଲେ। ଅନ୍ୟ ଦିବସ ମାନଙ୍କ ରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଆତ୍ମା ଅଧ୍ୟକ୍ଷ ବିବସ୍ଵତୀ ପଣ୍ଡା ଙ୍କ ସମେତ ଅନେକ ରାଜନେତା ଓ ପ୍ରଶାସନିକ ଅଧିକାରୀ ରାଜ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସର ରେ ପ୍ରତ୍ୟହ ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ ହେଉଥିଲା କୃଷ୍ଣ ଲୀଳା ନାଟକ । ନାଟ୍ୟାଭିକ୍ରମରେ କୃଷ୍ଣଙ୍କ ବାଲ୍ୟଲୀଳା ଉପରେ ନାଟକ ପରିବେଷଣ ହୋଇଥିଲ। ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ପ୍ରତ୍ୟହ ଦର୍ଶକ ମନଭରି ଉପଭୋଗ କରିଥିଲେ ।‌ କଂସ ଭୂମିକାରେ ଅଲେଖ ମହାକୁର ନିଖୁଣ ଭାବେ ଅଭିନୟ କରିଥିଲେ । ପରମ୍ପରା ଅନୁଯାୟୀ ଏଠାକାର ଗୋକୁଳାଷ୍ଟମୀ ଯାତ୍ରା ରେ କଂସ ବଧ ଦୃଶ୍ୟ ଅଭିନୀତ ହୋଇନଥାଏ । ତେଣୁ ଏଠାକାର ଯାତ୍ରା ସବୁଠାରୁ ଅନନ୍ୟ ଅଟେ । ଉକ୍ତ ଯାତ୍ରା ର ଶେଷ ଦିବସରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ ରଥ , ବରିଷ୍ଠ ନାଗରିକ ନନ୍ଦି କିଶୋର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। ସ୍ଥାନୀୟ ବଳଦେବ କ୍ଳବ ଦ୍ବାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଅଲେଖ ମହାକୁର , ସମ୍ପାଦକ ସମ୍ପଦ ପୁଝାରୀ , ଶ୍ରୀତମ ବାଘ , ରାଧାମୋହନ ସାହୁ , ଶରତ କର , ନନ୍ଦନ ସାହୁ ଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।