Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭୁତିଆ ପାଲି କଲେଜରେ କ୍ରୀଡା ଓ ଖେଳକୁଦ ପ୍ରତିଯୋଗୀତା

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ପଞ୍ଚାୟତ ର ଭୁତିଆପାଲି ସ୍ଥିତ ପରମେଶ୍ବରୀ ହାୟର ସେକେଣ୍ଡାରୀ ସ୍କୁଲ ରେ କ୍ରୀଡା ଓ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ହୋଇଥିବା ଏହି ଖେଳ କୁଦ ପ୍ରତିଯୋଗିତା କୁ କଲେଜର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ । ଉକ୍ତ ଖେଳ କୁଦ ପ୍ରତିଯୋଗିତାରେ ୧୦୦ମିଟର , ୨୦୦ ମିଟର , ୪୦୦ ମିଟର ଦୌଡ , ସର୍ଟ ଫୁଟ ଥ୍ରୋ , ଡିସକସ୍ ଥ୍ରୋ , ଜଏଭଏଲଇନ ଥ୍ରୋ , ଉଚ୍ଚ ଡିଆଁ , ଲମ୍ବଡିଆଁ ଆଦି ପ୍ରତିଯୋଗିତା ଉଭୟ ବାଳକ ଓ ବାଳିକା ବର୍ଗରେ ହୋଇଥିଲା । ଏହା ସହିତ ଉଭୟ ବାଳିକା ଓ ବାଳକ ବର୍ଗରେ କବାଡି , ଭଲିବଲ ଓ କ୍ରିକେଟ ଆଦି ଖେଳ ହୋଇଥିଲା । କ୍ରୀଡା ଅଧ୍ୟାପକ ସୁଦାମ ଚରଣ ମହାକୁର ଓ କଳିମ୍ ଅହମ୍ମଦ ସମସ୍ତ ଖେଳ ପରିଚାଳନା rକରିଥିବା ବେଳେ ଅଧ୍ୟାପକ ବିଷ୍ଣୁ ଚରଣ ବେହେରା , ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ଚାନ୍ଦ ଓ ଅନ୍ୟ ଅଧ୍ୟାପକ ଓ କର୍ମଚାରୀମାନେ ସହଯୋଗ କରିଥିଲେ । କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପଣ୍ଡା ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ପୁରସ୍କାର ବିତରାଣୀ ଉତ୍ସବରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଏବଂ ଚମ୍ପାମାଳ ସମିତିସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ମେଡାଲ ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା । କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ଟୁଇଙ୍କିଲ ଧଳ ବାଳିକା ବିଭାଗ ଏବଂ ଅଜିତ କୁମାର ମହାକୁର ବାଳକ ବିଭାଗ ପାଇଁ ଚମ୍ପିୟାନ ହୋଇଥିବାରୁ ତାଙ୍କୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପକ ଶରତ ଦଳେଇ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଶେଫାଳୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ବନମାଳୀ ଦାସ ଓ ନୀଳାମ୍ବର ଗୁରୁ ପୁରସ୍କାର ବିତରଣୀ ରେ ସହଯୋଗ କରିଥିଲେ। ଏହି ଅବସର ରେ କଲେଜର ସମସ୍ତ ଛାତ୍ର ଛାତ୍ରୀ , ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ।