Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲିଙ୍ଗଗତ ହିଂସା ନିରାକରଣ ସଚେତନତା କର୍ମଶାଳା ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ସଦର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ରେଆର ସୋନପୁର ତରଫରୁ ଜିଲ୍ଲା ସ୍ତରୀୟ ଲିଙ୍ଗଗତ ମହିଳା ହିଂସା ନିରାକରଣ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ କୁମୁଦିନୀ ମୁଦୁଲି ଯୋଗ ଦେଇ ସମ୍ବିଧାନ ର ବିଭିନ୍ନ ଧାରା ରେ ମହିଳା ମାନଙ୍କ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ଉପ ଆରିକ୍ଷୀ ଅଧିକ୍ଷକ ପ୍ରତାପ କୁମାର ରଣା , ମାନସିକ ସ୍ୱାସ୍ଥ୍ୟ ମେଡିକାଲ ଅଫିସର ଡା ତ୍ରିବିକ୍ରମ ପାଣ୍ଡିଆ , ରେଆର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା , ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ କୁ ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ପରିଚାଳନା କରିଥିବା ବେଳେ ସୁଦାମ ଗାଈଗରିଆ ଧନ୍ୟବାଦ ଦେଇଥିଲେ l କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ନର୍ସିଙ୍ଗ ସ୍କୁଲ ର ଛାତ୍ରୀ , ସଖି କେନ୍ଦ୍ର କର୍ମକର୍ତା , ସୋନପୁର କଲେଜ ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ l