Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସିଣ୍ଢୋଲ ଆଞ୍ଚଳିକ କଲେଜକୁ ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟର ଅନୁବନ୍ଧନ କମିଟିର ପରିଦର୍ଶନ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ସିଣ୍ଢୋଳ ଆଞ୍ଚଳିକ ଡିଗ୍ରୀ କଲେଜ କୁ ଆଜି ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ବଲାଙ୍ଗୀର ର ଅନୁବନ୍ଧନ କମିଟି ପରିଦର୍ଶନ ରେ ଆସିଥିଲେ । ଏହି ଅନୁବନ୍ଧନ କମିଟିରେ ମହାବିଦ୍ୟାଳୟ ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଘ୍ନେସ ପ୍ରସାଦ ମିଶ୍ର , କ୍ରୀଡା ପରିଷଦ ନିର୍ଦ୍ଦେଶକ ବିଶ୍ଵଜିତ ବେହେରା , ବରିଷ୍ଠ ସହାୟକ ଅକ୍ଷୟ ସେଠୀ ପ୍ରମୁଖ କଲେଜର ଆବଶ୍ୟକୀୟ କାଗଜପତ୍ର , ନଥି ପତ୍ର ଯାଞ୍ଚ କରିବା ସହ ପାଠାଗାର ପରିଭ୍ରମଣ କରି ଅତ୍ୟନ୍ତ ଖୁସି ହୋଇଗଲେ । ଏହି ଅନୁବନ୍ଧନ କମିଟି କୁ କଲେଜ ଅଧ୍ୟକ୍ଷ ପବିତ୍ର ବାରିକ , କଲେଜ ପ୍ରତିଷ୍ଠାତା ଛନ୍ଦାଚରଣ ଦାସ , ପରିଚାଳନା ପରିଷଦ ସଭାପତି ଶିବଚରଣ ସାହୁ , ଯୁକ୍ତ ଦୁଇ ଅଧ୍ୟକ୍ଷ ଗିରିଶ ଦାସ , ପରିଚାଳନା ପରିଷଦ ସଭାପତି ହୃଦୟାନନ୍ଦ ମେହେର , ପରିଚାଳନା ପରିଷଦ ସଭ୍ୟ ଶ୍ରୀପତି ଦେହେରୀ ଆଦି ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ । କଲେଜର ସମସ୍ତ କାର୍ଯ୍ୟକ୍ରମ କୁ ଅନୁଧ୍ୟାନ କରିବା ସହ ସମସ୍ତଙ୍କୁ ଶିକ୍ଷା , ଶିକ୍ଷାନୁଷ୍ଠାନ ର ବିକାଶ ରେ ବ୍ରତୀ ହେବା ପାଇଁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପକ ଅଦୀତ ମେହେର , ସଂଧ୍ୟାଦିପା ଗୁରୁ , ରାଜଲକ୍ଷ୍ମୀ ମହାରଣା , ସୁରତ ଗୁରୁ , କୁଳମଣି ସାହୁ ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ।