Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଳାପଥର ସତ୍ୟବାଦୀ କଲେଜ ରେ ସାଂସ୍କୃତିକ ଓ ସାହିତ୍ୟିକ କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ଉପଖଣ୍ଡର କଲାପଥର ସ୍ଥିତ ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରାୟୋଜିତ ସମନ୍ୱିତ ଯୁବ ବିକାଶ କାର୍ୟକ୍ରମ ‘ନୂଆ-ଓ’ ର ସାହିତ୍ୟିକ ଓ ସାଂସ୍କୃତିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ କଲେଜ ଅଧ୍ୟକ୍ଷ ଶ୍ରୀକାନ୍ତ ପଧାନ ସଭାପତିତ୍ୱ କରି ନୂଆ-ଓ ର ଆଭିମୁଖ୍ୟ ଉପସ୍ଥାପନା କରିଥିଲେ । ସ୍ଥାନିୟ ସରପଞ୍ଚ ସୂର୍ଯ୍ୟକାନ୍ତି ମେହେର , ସମିତିସଭ୍ୟ ରବିଚନ୍ଦ୍ର ମହାକୁର , ଜିଲ୍ଲା ପରିଷଦ ଉପ ସଭାପତି ଝସକେତନ ବଘାର ଓ ଅନୁଷ୍ଠାନ ର ପୁର୍ବତନ ସାଧାରଣ ସଂପାଦକ ଦାସରଥୀ ପ୍ରଧାନ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଖୁସି ବ୍ୟକ୍ତ କରିଥିବାବେଳେ ଅନୁଷ୍ଠାନର ପ୍ରଚେଷ୍ଟା ଓ ପ୍ରତ୍ୟେକ କ୍ଷେତ୍ର ରେ ସଫଳତା ପାଇଁ ପ୍ରସଂଶା ତଥା ଶୁଭେଛା ଜଣାଇ ଥିଲେ । ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ବକ୍ତୃତା , ସଂଗୀତ , କୈାତୁକ ପୋଷାକ ପ୍ରତିଯୋଗିତା ଆଦି ଆୟୋଜନ କରାଯାଇଥିଲା l ଶେଷରେ ଖାଦ୍ୟ ମେଳାର ଉଦଘାଟନ କରାଯାଇଥିଲା । ପ୍ରତିଯୋଗୀ ମାନେ ବିଭିନ୍ନ ପ୍ରକାର ପରମ୍ପରାଗତ ସ୍ୱାଦିଷ୍ଟ ଓ ମନଲୋଭା ଖାଦ୍ୟ ପ୍ରସ୍ତୁତ କରି ସମସ୍ତଙ୍କ ମନ କିଣି ନେଇଥିଲେ । କାର୍ଯ୍ୟକ୍ରମ କୁ ଅଧ୍ୟପିକା ଦେବଯାନୀ ମେଶୁଆ ପରିଚାଳନା କରିଥିବା ବେଳେ ନୋଡାଲ୍ ଅଫିସର ପ୍ରତିମା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ ସମ୍ପାଦକ ଭାବେ ଛାତ୍ରୀ ପ୍ରଜ୍ଞା ପରମିତା ପାଣିଗ୍ରାହି , ବୃଷଭ ପୁଟେଲ ଓ ଧ୍ରୁତିତପା ବେହେରା କାର୍ଯ୍ୟ ସଂପାଦନ କରିଥିଲେ । ଅନୁଷ୍ଠାନର ସମସ୍ତ କର୍ମଚାରି ସହଯୋଗ କରିଥିଲେ।