Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ ୨ ଅଭିଯୁକ୍ତ କୁ ଉଠାଇଲା ମୁମ୍ବାଇ ଆଣ୍ଟି ନାରୋକଟିକ୍ସ କ୍ରାଇମବ୍ରାଞ୍ଚ ଟିମ

ଗୋପାଳପୁର ,୦୯/୧୨ ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ ରହି ଫେରାର ଥିବା ଦୁଇ ମୁଖ୍ୟ କାର୍ପଟଦାର କୁ ମୁମ୍ବାଇରୁ ଆସିଥିବା ଆଣ୍ଟି ନାରୋକଟିକ୍ସ କ୍ରାଇମବ୍ରାଞ୍ଚ ର ଏକ ଟିମ୍ ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ଅଞ୍ଚଳରୁ ଉଠାଇଛି।ଗିରଫ ଦୁଇ ଅଭିଯୁକ୍ତ ହେଲେ କେ ନୂଆଗାଁ ଥାନା ଅନ୍ତର୍ଗତ କୁମରଡା ଲକ୍ଷ୍ମୀ ପ୍ରଧାନ ଓ ବିଦ୍ୟାଧର ପ୍ରଧାନ ବୋଲି ସୂଚନା ମିଳିଛି।
ଅଭିଯୋଗ ଅନୁଯାୟୀ ଗତ ୨୦୨୧ ଫେବୃଆରୀ ୧୨ ତାରିଖରେ ମୁମ୍ବାଇ ର ଆଣ୍ଟି ନାରୋକଟିକ୍ସ ସେଲ ପକ୍ଷରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏକ ଆଇଚର ଟ୍ରକ କୁ ଯାଞ୍ଚ ସମୟରେ ସେଥିରୁ ନଡ଼ିଆ ସହ ୧୮୨୦ କିଲୋ ଗଞ୍ଜେଇ ଜବତ କରିବା ସହ ୧୭/୨୧ ରେ ଏକ ମାମଲା ରୁଜୁ ସହ ଟ୍ରକର ଡ୍ରାଇଭର ଓ ହେଲପର କୁ ଗିରଫ କରାଯାଇଥିଲା। ତଦନ୍ତ ସମୟରେ ଗଜପତି ଜିଲ୍ଲା ଅଡବା ଥାନା ମୋହନା ଅଞ୍ଚଳରୁ ଲକ୍ଷ୍ମୀ ଓ ବିଦ୍ୟାଧର ପ୍ରମୁଖ ଉକ୍ତ ଗଞ୍ଜେଇ କୁ ମୁମ୍ବାଇ ଚୋରା ଚାଲାଣ କରିଥିବା ଡ୍ରାଇଭର ପ୍ରକାଶ କରିଥିଲେ। ଏହାକୁ ଆଧାର କରି ଆଣ୍ଟି ନାରୋକଟିକ୍ସ ସେଲ କ୍ରାଇମବ୍ରାଞ୍ଚ ପକ୍ଷରୁ ଉଭୟ ଅଭିଯୁକ୍ତ ଙ୍କ ମୋବାଇଲ କୁ ଟ୍ରାକାଙ୍ଗି କରି ସେମାନେ ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ଅଞ୍ଚଳରେ ରହୁଥିବା ଜାଣିବାକୁ ପାଇଥିଲେ।ଆଜି ସକାଳେ ଏହି ଟିମ୍ ଗୋଳନ୍ଥରା ଥାନାରେ ପହଞ୍ଚି ଗୋଳନ୍ଥରା ପୁଲିସ ର ସହାୟତା ରେ କନିଷି ହାଟ ରେ ଚଢାଉ କରି ଉଭୟ ଙ୍କୁ ଗିରଫ କରିବା ସହ ସନ୍ଧ୍ୟା ରେ ବ୍ରହ୍ମପୁର ସିଜିଏମ କୋର୍ଟରେ ହାଜର କରାଇ ରିମାଣ୍ଡରେ ନେଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories