Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାୟାବତୀଙ୍କ ବଡ଼ ଘୋଷଣା, ନିଜ ପୁତୁରା ଆକାଶଙ୍କୁ କଲେ ଉତ୍ତରାଧିକାରୀ

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି(ବିଏସପି)ର ସୁପ୍ରିମୋ ମାୟାବତୀ ରବିବାର ନିଜର ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ପୁତୁରା ଆକାଶ ଆନନ୍ଦଙ୍କୁ ନିଜର ଉତ୍ତରାଧିକାରୀ ବୋଲି ଘୋଷଣା କରିଛନ୍ତି ମାୟାବତୀ। ବିଏସପିର ପାର୍ଟି ବୈଠକରେ ସେ ଆକାଶ ଆନନ୍ଦଙ୍କୁ ନିଜର ଦାୟିତ୍ଵ ହସ୍ତାନ୍ତର କରିଛନ୍ତି। ଏଥିସହ ସ୍ପଷ୍ଟ କରିଛନ୍ତି ଯେ, ଭବିଷ୍ୟତରେ ଆକାଶ ହିଁ ପାର୍ଟିର ମଙ୍ଗ ସମ୍ଭାଳିବେ।

ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ରବିବାର ସକାଳେ ପାର୍ଟିର ରାଷ୍ଟ୍ରୀୟ ପଦାଧିକାରୀ ଓ ସବୁ ରାଜ୍ୟର ପ୍ରମୁଖ ପଦାଧିକାରୀଙ୍କ ବୈଠକ ଡକାଇଥିଲେ। ଏହି ବୈଠକରେ ସେ ଆକାଶ ଆନନ୍ଦଙ୍କ ସହ ପହଞ୍ଚିଥିଲେ। କୁହାଯାଉଥିଲା ବୈଠକରେ ଲୋକସଭା ନିର୍ବାଚନ ୨୦୨୪ର ରଣନୀତି ପ୍ରସ୍ତୁତି ଉପରେ ଆଲୋଚନା ହେବ। ହେଲେ ବୈଠକରେ ମାୟାବତୀ ପୁତୁରାଙ୍କୁ ନିଜର ଉତ୍ତରାଧିକାରୀ ଘୋଷିତ କରିଛନ୍ତି।

ମାୟାବତୀଙ୍କ ଏମିତି ଅଚାନକ ଘୋଷଣାରେ ଉତ୍ତର ପ୍ରଦେଶ ରାଜନୀତିକୁ ଆଚମ୍ବିତ କରିଛି। କୁହାଯାଉଥିଲା ଗତ ଅନେକ ବର୍ଷରୁ ପାର୍ଟି ଲୋକସଭା ଓ ବିଧାନସଭା ନିର୍ବାଚନରେ ହାରୁଥିବାରୁ ମାୟାବତୀ କିଛି ସମୟରୁ ନୂତନ ପିଢିକୁ ଆଗକୁ ବଢାଇବା ଉପରେ ବିଚାର କରୁଥିଲେ। ଲୋକସଭା ନିର୍ବାଚନ ୨୦୨୪ର କିଛି ମାସ ପୂର୍ବରୁ ମାୟାବତୀ ଏହି ଘୋଷଣା କରିଛନ୍ତି। ଆକାଶ ଆନନ୍ଦଙ୍କୁ ନିକଟରେ ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ରାଜସ୍ଥାନରେ ସଂପନ୍ନ ବିଧାନସଭା ନିର୍ବାଚନରେ ବଡ଼ ଦାୟିତ୍ଵ ଦିଆଯାଇଥିଲା। ଏଥିରେ ଆକାଶ ବହୁତ ପରିଶ୍ରମ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ