Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହାତୀଲି ମୁଣ୍ଡା ଗାଁ ରେ ବାରହା ଫାଶରେ ପଡି ଦୁଇ ନାବାଳକ ଙ୍କ ମୃତ୍ୟୁ

ବୀରମହାରାଜପୁର : ( ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ହାତିଲିମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁ ନିକଟରେ ବାରହା ଫାସରେ ପଡି ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଜଣେ ଯୁବକ ଗୁରୁତର ଥିବା ଜଣାପଡିଛି । ନିଜ ବିଲ ନିକଟସ୍ଥ ଜଙ୍ଗଲକୁ ଛେଳି ଖୋଜିବାକୁ ଯାଇ ବିଦ୍ୟୁତ ସଂଯୁକ୍ତ ହୋଇଥିବା ବାରହା ଫାଶରେ ପଡି ଯାଇ ମ୍ରୃତ୍ୟୁ ହୋଇଥିବା ଜଣାପଡିଛି । ଏଥିରେ ବାପା ଗୁରୁତର ହୋଇ ଉଲୁଣ୍ଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁ ହୋଇଥିବା ନାବାଳକ ଦ୍ବୟ ହେଲେ ନବୀନ ଡୁଙ୍ଗଡୁଙ୍ଗ ଙ୍କ ପୁଅ ଜିତ ଡୁଙ୍ଗଡୁଙ୍ଗ (୧୪) ଏବଂ ଜିତଙ୍କ ସଂପର୍କୀୟ ଭାଇ ରମେଶ ବୋଡ (୧୪) ବୋଲି ଜଣାପଡିଛି । ଉଲୁଣ୍ଡା ଡାକ୍ତରଖାନାରେ ନବୀନ ଡୁଙ୍ଗଡୁଙ୍ଗଙ୍କ ଚିକିତ୍ସା ଜାରି ରହିଛି । ତେବେ ଉଲୁଣ୍ଡା ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି । ସୂଚନା ମୁତାବକ ଶନିବାର ଦିନ ଜିତ ଏବଂ ରମେଶ ଛେଳି ଚରାଇବା ପାଇଁ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ମାତ୍ର ସନ୍ଧ୍ଯା ସମୟରେ ଘରକୁ ଫେରିବା ପରେ ଗୋଟିଏ ଛେଳି ଘରକୁ ଫେରି ନଥିବା ଦେଖି ଜିତ ତାଙ୍କ ବାପା ନବୀନ ଙ୍କୁ ଜଣାଇଥିଲେ । ପରେ ତିନିଜଣ ମିଶି ରାତିରେ ଛେଳି ଖୋଜିବାକୁ ଉକ୍ତ ଜଙ୍ଗଲକୁ ଯାଇଥିଲେ ମାତ୍ର ସେଠାରେ କେହି ଦୁର୍ବୁତ୍ତ ବାରାହ ଶିକାର ପାଇଁ ବିଦ୍ଯୁତ୍ ତାର ଫାସ ଲଗାଇଥିବା ବେଳେ ସେହି ବିଦ୍ଯୁତ୍ ତାର ସଂମ୍ପର୍କରେ ଆସି ଦୁଇ ନାବାଳକ ଛିଟିକି ପଡିଥିବା ବେଳେ ନବୀନ ମଧ୍ଯ ତାଙ୍କ ସଂସ୍ପର୍ଶ ରେ ଆସି ବେହୋଶ ହୋଇଯାଇଥିଲେ । କିଛି ସମୟ ପରେ ନବୀନଙ୍କ ଚେତା ଫେରିବା ପରେ ତାଙ୍କ ପୁଅ ଜିତ ଏବଂ ରମେଶ ରକ୍ତାକ୍ତ ହୋଇ ପଡିଥିବା ଦେଖି ଶିଘ୍ର ଗାଁ ରୁ ଲୋକଙ୍କୁ ଡାକିଥିଲେ । ତେବେ ଦୁଇ ନାବାଳକ ଏବଂ ନବୀନ ଙ୍କୁ ଗାଁ ଲୋକେ ସେଠାରୁ ଉଦ୍ଧାର କରି ଚାତ୍ରୀ ୧ ଘଣ୍ଟା ସମୟରେ ଉଲୁଣ୍ଡା ଡାକ୍ତରଖାନାକୁ ଆଣି ଥିଲେ । ମାତ୍ର ସେଠାରେ ଡାକ୍ତର ନାବାଳକ ଜିତ ଏବଂ ରମେଶ କୁ ମ୍ରୃତ ଘୋଷଣା କରିଥିବା ସହିତ ନବୀନ ଙ୍କ ଚିକିତ୍ସା ଚାଲିଥିବା ଜଣାପଡିଛି । ଅନ୍ୟପଟେ ଉଲୁଣ୍ଡା ପୁଲିସ ଶବ ବ୍ଯବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଅଧିକ ତଦନ୍ତ କରୁଥିବା ଆଇଆଇସି ପଞ୍ଚାନନ ନାୟକ ସୁଚନା ଦେଇଛନ୍ତି ।