Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ବ୍ରାହ୍ମଣ ସମାଜ ବାର୍ଷିକ ସାଧାରଣ ବୈଠକ

ଜିଲ୍ଲା ସ୍ତରୀୟ ବ୍ରାହ୍ମଣ ସମାଜ ବାର୍ଷିକ ସାଧାରଣ ବୈଠକ
ଝାରସୁଗୁଡା ୧୧/୧୨/(ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ସିଂହାରପୁର ଝାଡ଼େଶ୍ୱର ମନ୍ଦିର ପରିସରରେ ରବିବାର ଦିନ ବ୍ରାହ୍ମଣ ସମାଜ ପକ୍ଷରୁ ଝାରସୁଗୁଡା ଜିଲ୍ଲା ସ୍ତରୀୟ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ବରିଷ୍ଠ ସଦସ୍ୟ ବାଳଗୋବିନ୍ଦ ମିଶ୍ରଙ୍କ ଦ୍ଵାରା ଦ୍ବୀପ ପ୍ରଜ୍ବଳନ ସହ ପତାକା ଉତ୍ତୋଳନ କରାଯିବା ପରେ ବ୍ରାହ୍ମଣ ସମାଜର ଦିବଙ୍ଗତ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ବରିଷ୍ଠ ସଦସ୍ୟ ରବୀନ୍ଦ୍ର ଦୀକ୍ଷିତ ସଭାପତିତ୍ୱ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହା ପରେ ମଣ୍ଡଳ ଅଧିକାରୀ ମାନଙ୍କ ବକ୍ତବ୍ୟ ପ୍ରଦାନ, ସମ୍ପାଦକଙ୍କ ଦ୍ଵାରା ବିବରଣୀ ପଠନ, ବାର୍ଷିକ ଆୟ ବ୍ୟୟ ହିସାବ ଆଦି ଉପସ୍ଥାପନ କରାଯାଇ ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା ।
ଏଥିସହ ଝାରସୁଗୁଡା ଜିଲ୍ଲା ସ୍ତରୀୟ ଏକ ପରିଚାଳନା କମିଟି ଗଠନ କରା ଯାଇଥିଲା । ନୂତନ କମିଟିର ସଭାପତି ଭାବେ ରବୀନ୍ଦ୍ର ଦୀକ୍ଷିତ ଏବଂ ପ୍ରମୋଦ ପଣ୍ଡା,ଗୁଣନିଧି ପତି ଓ ମୁକେଶ ଶର୍ମାଙ୍କୁ ଉପ ସଭାପତି ରୂପେ ମନୋନୀତ କରା ଯାଇଥିଲା । ସେହିପରି ହିମାଂଶୁ ଶେଖର ବଡ଼ପଣ୍ଡା ଙ୍କୁ ସମ୍ପାଦକ, ରାଜେଶ ପାଢ଼ୀ ଙ୍କୁ ଯୁଗ୍ମ ସମ୍ପାଦକ, ପ୍ରଦୀପ ହୋତାଙ୍କୁ କୋଷାଧ୍ୟକ୍ଷ ଓ ଯୁଗ୍ମ କୋଷାଧ୍ୟକ୍ଷ ଭାବେ ପ୍ରଶାନ୍ତ ନନ୍ଦଙ୍କୁ ସର୍ବ ସମ୍ମତି ମନୋନୀତ କରା ଯାଇଥିଲା । ଏହା ସହିତ ସମାଜର ବରିଷ୍ଠ ସଦସ୍ୟ ସିତାରାମ ବିର୍ତ୍ତିଆ, ବାଳଗୋବିନ୍ଦ ମିଶ୍ର, ଦେବୀ ପ୍ରସନ୍ନ ମିଶ୍ର, ରବିନ୍ଦ୍ର ପଣ୍ଡା, ଲଳିତ ମୋହନ ଦାସ, ହିମାଂଶୁ ମିଶ୍ର, ଋଷିକେଶ ମିଶ୍ର, ଡ.ଆର.କେ.ଯୋଶୀ ଓ ତପସ୍ୱୀଲାଲ ତିୱାରୀଙ୍କୁ ଉପଦେଷ୍ଟା ରୂପେ ଚୟନ କରାଯିବା ସହ ପରାମର୍ଶ ଦାତା ଏବଂ ପର୍ଶୁରାମ ବାହିନୀ କମିଟି ମଧ୍ୟ ଗଠନ କରା ଯାଇଥିଲା ।
ଏହି ଅବସରରେ ଶିବପ୍ରିୟା ମିଶ୍ର, ପ୍ରତୀକ୍ଷା ତ୍ରିପାଠୀ,ରାଜୀବ ପାଟଯୋଶୀ,ସଂଯୁକ୍ତା ହୋତା,ରାଜେଶ ପାଢ଼ୀ, ପ୍ରଶାନ୍ତ ନନ୍ଦ, ହରିହର ମିଶ୍ର, ସଂକୀର୍ତ୍ତନ ପାଣିଗ୍ରାହୀ ଓ ମଳୟ ଆଚାର୍ଯ୍ୟଙ୍କୁ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା । ଏଥିସହ ଶ୍ଳୋକ ଓ ମନ୍ତ୍ର ପାଠ, ଅନ୍ତାକ୍ଷରୀ, ଭଜନ ପରିବେଷଣ ଆଦି ବିଭିନ୍ନ ପ୍ରତିଯୋଗୀତା ମାନ ଆୟୋଜନ କରା ଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ରାଜୀବ ପାଟ୍ଟଯୋଶୀ, ସଂଯୁକ୍ତା ହୋତା ଏବଂ ପ୍ରତୀକ୍ଷା ତ୍ରିପାଠୀ ସଂଚାଳନ କରିଥିଲେ । ଶେଷରେ ଲଖନପୁର ମଣ୍ଡଳ ଅଧିକାରୀ ରାଧାକାନ୍ତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଜୟ କୁମାର ଶର୍ମା, ନରେନ୍ଦ୍ର ପଣ୍ଡା, ପ୍ରଶାନ୍ତ ନନ୍ଦ, ରାଜେଶ ପାଢ଼ୀ, ସଂକୀର୍ତ୍ତନ ପାଣିଗ୍ରାହୀ, ସୁରେଶ ତ୍ରିପାଠୀ, ରାଧାନାଥ ପାଣିଗ୍ରାହୀ, ରାଜେଶ ପାଢ଼ୀ, ଶିବପ୍ରିୟା ମିଶ୍ର,ହରିହର ମିଶ୍ର,ଜଗଦୀଶ ପୁରୋହିତ, ମଳୟ ଆଚାର୍ଯ୍ୟ ଙ୍କ ସମେତ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ବ୍ରାହ୍ମଣ ସମାଜର କାର୍ଯ୍ୟକାର୍ତ୍ତା ଯୋଗଦାନ କରିଥିଲେ ।

More Stories