ଭବାନୀପାଟଣା, ୧୨/୧୨ (ଜଗନ୍ନାଥ ନାଏକ) : ତାରିଣୀ ମନ୍ଦିର ସ୍ଥିତ ବିବେକ କନଫରେନ୍ସ ହଲ ଠାରେ ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ନର୍ଲା ରେ କାର୍ଯ୍ୟରତ ବନବିଭାଗ ରେଞ୍ଜର ଜଙ୍ଗଲୀ ହାତୀ ଆକ୍ରମଣ ରେ ପ୍ରାଣ ହରେଇ ଥିବା ପ୍ରଶାନ୍ତ ପାଲଙ୍କୁ ଏକ ଆୟୋଜିତ ସଭାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି|ଏକ କର୍ମଠ ଓ ନିଆରା ମଣିଷ ଥିଲେ ରେଞ୍ଜର ପାଲ ଓ କର୍ମେ ଯିଏ ନର କର୍ମ ଏକା ତାର ଜୀବନ ର ମାନ ଦଣ୍ଡ ବୋଲି ସଂଗଠନ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼.ଶିବରାମ ନାୟକ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ | ଜିଲ୍ଲା ଏକ ଦକ୍ଷ୍ୟ ଓ ପ୍ରକୃତି ପ୍ରେମୀ ଅଫିସର କୁ ହରେଇଲା ବୋଲି ଶିକ୍ଷାବିତ ମୁକୁନ୍ଦ ରେଡ୍ଡୀ ତାଙ୍କ ବକ୍ତବ୍ୟ ରଖିଥିଲେ | ଅମର ଆତ୍ମା ର ସଦଗତି ନିମନ୍ତେ 2 ମିନଟ ନିରବ ପ୍ରାର୍ଥନା ସହ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ସଦସ୍ୟ ବୃଷଭ ଦାସ, ନରେଶ ସୁନାନୀ, ଶାନ୍ତି ଆରୁଖ, ଜ୍ୟୋତି ଗୁପ୍ତା, ବିଷ୍ନୁପ୍ରିୟା ସାମନ୍ତରାୟ, ମନୀଷା ସିଂହ୍ନ|, ଚଞ୍ଚଳା ଶର୍ମା, ସ୍ୱପ୍ନା ପାତ୍ର, ସାବିତ୍ରୀ ଶବର, ସାଧନା ପ୍ରଧାନ, ଅପରାଜିତା ମଲ୍ଲିକ, ଅର୍ଣ୍ଣପୂର୍ଣ୍ଣା ପରି, ଚନ୍ଦ୍ରପ୍ରଭା ମିଶ୍ର ସମେତ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ସମ୍ପଦ ମୁଣ୍ଡ ସଭା ପରିଚାଳନା କରିଥିଲେ|