Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହରଦୁରାମ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ। ଚିଲିଗୁଡା ଓ ତେନ୍ତୁଳିଆପଡା ମଧ୍ୟରେ କଡ଼ା ଟକ୍କର।

କୋକସରା:୧୨/୧୨ ମା ଲଙ୍କେଶ୍ୱରୀ କ୍ଲବ ଆନୁକୂଲ୍ୟରେ କୋକସରା ବ୍ଲକ ଡାଲଗୁମା ଗ୍ରାମରେ ହରଦୁରାମ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବଡଭଟା ଖେଳ ପଡ଼ିଆ ରେ ଉଦଘାଟିତ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ସମ୍ମାନିତ ଅତିଥି ଭାବେ ମୋଟେର ଯୋନ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି, ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା, ବିଜେଡି ବ୍ଲକ ସମ୍ପାଦକ।ପଞ୍ଚକ ପୋଢ଼,ପୂର୍ବତନ ସମିତି ସଭ୍ୟ ଡାଲଗୁମା ଭୁବନେଶ୍ବର ମାଝୀ ଯୋଗଦେଇ ଉଦଘାଟନୀ କ୍ରିକେଟ ଟିମ ର ଉଭୟ ଦଲ ଖେଳାଳି ଙ୍କ ସହ ପରିଚୟ ପର୍ବ ରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ଉଦଘାଟନୀ ମ୍ୟାଚ ଚିଲିଗୁଡା ଓ ତେନ୍ତୁଳିଆପଡା ମଧ୍ୟରେ ଚିତାକର୍ଷକ ଦେଖିବାକୁ ମିଳିଥିବା ବେଳେ ଚିଲିଗୁଡା ଦଳ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟ କୁ ଉନ୍ନିତ ହୋଇଛି। ନୈମିଶ ପଟ୍ଟନାୟକ ଓ ପର୍ଶୁରାମ ବିଶି ଅମ୍ପିଆର ରହିଥିଲେ।ଲଙ୍କେଶ୍ୱରୀ କ୍ଲବ ର ସଦସ୍ୟ ଅମୋଜ ଧାରୁଆ, ପ୍ରଫୁଲ୍ଲ ଚଣ୍ଡି,ନୈମିଶ ପଟ୍ଟନାୟକ, ହରେଶ କଟା,ମୁକେଶ କଟା, ଗୋବିନ୍ଦ ନାଏକ ପ୍ରମୁଖ ଖେଳ ପରିଚାଳନା ରେ ସହଯୋଗ କରିଥିଲେ।।ପଡ଼ିଆ ରେ ଖେଳ ଦେଖିବାକୁ ୧ ହଜାର ରୁ ଉର୍ଦ୍ଧ୍ବ ଦର୍ଶକ ଉପସ୍ଥିତ ଥିଲେ।