Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫେବୃଆରୀ ୧୫ରୁ ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା

ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ  ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୩ରେ ସରିବ। ସେହିପରି ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀମାନେ ପରୀକ୍ଷାର ପୂରା କାର୍ଯ୍ୟସୂଚୀ ଓ୍ଵେବସାଇଟ୍ cbse.gov.inରେ ଦେଖି ପାରିବେ। ପରୀକ୍ଷାର କାର୍ଯ୍ୟସୂଚୀ ଅନୁସାରେ ଦଶମ ଓ ଦ୍ଵାଦଶ ଶ୍ରେଣୀର ପରୀକ୍ଷାର୍ଥୀ ସକାଳ ୧୦ଟା ୩୦ରୁ ଅପରାହ୍ଣ ୧ଟା ୩୦ ପର୍ଯ୍ୟନ୍ତ ଆୟୋଜିତ ହେବ। ପରୀକ୍ଷା ପାଖାପାଖି ୫୫ ଦିନ ଧରି ଚାଲିବ।

ଗତ ବର୍ଷ ମଧ୍ୟ ଦୁଇ ଶ୍ରେଣୀର ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇଥିଲା। ଦଶମ ଶ୍ରେଣୀର ପରୀକ୍ଷା ମାର୍ଚ୍ଚ ୨୧ରେ ସରିଥିବା ବେଳେ ଦ୍ଵାଦଶ ପରୀକ୍ଷା ଏପ୍ରିଲ ୫ରେ ସରିଥିଲା। ଏଥର ମଧ୍ୟ ସମାନ ତାରିଖରେ ଦୁଇ ଶ୍ରେଣୀର ପରୀକ୍ଷା ଆରମ୍ଭ ହେବ।

ସେହିଭଳି ପରୀକ୍ଷା ସୂଚୀ ଅନୁଯାୟୀ, ୧୦ମ ଏବଂ ଦ୍ବାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୧ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୫ରେ ଶେଷ ହେବ। ସାମ୍ପୁଲ ପେପର ଯାଞ୍ଚ ଏବଂ ପ୍ରାକ୍ଟିସ ପାଇଁ ସିବିଏସଇର ଓ୍ବେବସାଇଟ cbseacademic.ac.inକୁ ଯାଇପାରିବେ। ସେହିଭଳି ପରୀକ୍ଷା ସୂଚୀ ତଥା ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀ cbse.gov.in ଏବଂ cbse.nic.inକୁ ଯାଇ ସବିଶେଷ ତଥ୍ୟ ଜାଣି ପାରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ