Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭବାନୀପାଟଣା ଠାରେ ବାଲ୍ୟ ବିବାହ ଏବଂ ବେଟି ବାଚାଓ ବେଟି ପଢ଼ାଓ ସମ୍ପର୍କିତ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ

କଳାହାଣ୍ଡି, ୧୨/୧୨ (ଜଗନ୍ନାଥ ନାଏକ) : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିଲୋଚନ ପାତ୍ରଙ୍କ ଅଧ୍ୟକ୍ଷତାରେ “ ବାଲ୍ୟବିବାହ ଏବଂ ବେଟି ବଚାଓ ବେଟି ପଢାଓ ” ସମ୍ପର୍କିତ ଟାକ୍ସଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ଯଥା ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ , ଜିଲ୍ଲା ଶିକ୍ଷା ଅଧିକାରୀ , ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ , ଜିଲ୍ଲା ମଙ୍ଗଳ ଅଧିକାରୀ , ଜିଲ୍ଲା କ୍ରୀଡା ଅଧିକାରୀ , ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ , ପୋଲିସ ବିଭାଗ ର ଅଧିକାରୀ , ଜିଲ୍ଲା ଶ୍ରମ ଅଧିକାରୀ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ବିଭିନ୍ନ ସ୍ଵେଚ୍ଚାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଓ ଶିଶୁ ସୁରକ୍ଷା ୟୁନିଟ ର କର୍ମକର୍ତ୍ତା ପ୍ରମୁଖ ଏବଂ ଅନ୍ୟ ସଦସ୍ୟ ଓ ସଦସ୍ୟାଗଣ ଭାଗ ନେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୈଲେନ୍ଦୁ ମହାପାତ୍ର ସମସ୍ତଙ୍କୁ ସ୍ଵାଗତ କରିବା ପରେ ଗତ ବୈଠକର ବିବରଣୀ ପାଠ କରିଥିଲେ ଓ ଏହାର ପ୍ରଗତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ସମସ୍ତ ସଦସ୍ୟ / ସଦସ୍ୟା ଓ ବିଭାଗୀୟ ଅଧିକାରୀମାନଙ୍କୁ ଗତ ବୈଠକର ନିଷ୍ପତ୍ତି ସମ୍ପର୍କୀୟ କାର୍ଯ୍ୟକାରିଣୀକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦେଶ ଦେଇଥିଲେ । ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ଦିଗରେ ବିଭିନ୍ନ କାର୍ଯ୍ୟଧାରା ଆଗାମୀ ଦିନ ମାନଙ୍କରେ କରିବା ପାଇଁ ସ୍ଥିରୀକୃତ ହୋଇଥିଲା । ବୈଠକରେ ବାଲ୍ୟବିବାହକୁ ରୋକିବା ସକାଶେ ଅଧିକ ସଚେତନତାର ଆବଶ୍ୟକ ଅଛି ବୋଲି ଆଲୋଚନା ହୋଇଥିଲା ଏବଂ ସେ ଦିଗରେ ଆଗାମୀ ନିନ ମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମମାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ବେଟି ବଚାଓ ବେଟି ପଢାଓ ସମ୍ପର୍କିତ ବରାଦ ହୋଇଥିବା ଅର୍ଥର ଖର୍ଚ୍ଚ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ଏବଂ ଆଗାମୀ ତିନିମାସ ମଧ୍ୟରେ କେଉଁ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ଏବଂ କନ୍ୟା ସନ୍ତାନ ମାନଙ୍କୁ କିପରି ପ୍ରୋତ୍ସାହିତ କରାଯାଇପାରିବ ସେ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇ ନିଷ୍ପତ୍ତିମାନ ଗ୍ରହଣ କରାଯାଇଥିଲା । ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟ।ଳୟର ରାଜଲକ୍ଷ୍ମୀ ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।