Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆ ଓ ଯୁବ ବିକାଶ କାର୍ଯ୍ୟକ୍ରମ, ଯୋଗଦେଲେ ବିଧାୟକ।

କୋକସରା୧୩/୧୨ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଯୁକ୍ତ ୨ ଓ ଡିଗ୍ରୀ ବିଦ୍ୟାଳୟ ରେ ନୂଆ ଓ ଯୁବ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନୂଆ ଓ ଯୁବ ଓଡିଶା କାର୍ଯ୍ୟକ୍ରମ ର ତୃତୀୟ ଦିନର ଉତ୍ସଵ ଅବସର ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଉପେନ୍ଦ୍ର ସାହୁ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖ ଷ ଧି ବାଗ ଯୋଗଦେଇ ଛାତ୍ରଛାତ୍ରୀ ଙ୍କ ପାଇଁ ରାଜ୍ୟ ସରକାରଙ୍କ ଏହି ନୂଆ ଓ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଙ୍କୁ କ୍ରୀଡା ଓ ସମନ୍ବିତ ବିକାଶ ରେ ସହାୟକ ହେବ ବୋଲି କହିଛନ୍ତି। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଦେବେନ୍ଦ୍ର ମେହେର, ଅନୀଲ ବାଗ ଉପସ୍ଥିତ ଥିଲେ।ମଞ୍ଚ ସଂଯୋଜନା ଅଧ୍ୟାପକ ସିଦ୍ଧାର୍ଥ ନନ୍ଦ ଓ ଛାତ୍ରୀ ତୁଳସୀ ରାଉତ କରିଥିଲେ।କାର୍ଯ୍ୟକ୍ରମ ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ପ୍ରଭାତ ଶୁକ୍ଳା, ଯୁଗଳ ବାଗ, ରାମକୃଷ୍ଣ ଚୌଧୁରୀ,ଅଧ୍ୟାପିକା ଲିପ୍ସାରାଣି ଦାସ, କଳ୍ପନା ଭୋଇ, ଜ୍ୟୋର୍ତିମୟୀ ପାଣିଗ୍ରାହୀ,କ୍ରୀଡା ଶିକ୍ଷକ ନିରଞ୍ଜନ ନେଗି, ସୁଜିତ ପଣ୍ଡା ଅନ୍ୟ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଆସନ୍ତା ୧୦ ଦିନ ଧରି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସଚେତନତା,କ୍ରୀଡା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବାନେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ସାହୁ ସୁଚନା ଦେଇଛନ୍ତି।