Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜରାଜୀର୍ଣ୍ଣ ଅଙ୍ଗନୱାଡ଼ି କେନ୍ଦ୍ର ରେ କୋମଲମତୀ ଶିଶୁ ବିପଦ ଶଙ୍କୁଲ ଅବସ୍ଥାରେ ଦୈନନ୍ଦିନ କାର୍ଯ୍ୟ

କଳାହାଣ୍ଡି, ୧୪/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଟକର୍ଲା ଗ୍ରାମପଞ୍ଚାୟତ ଟକର୍ଲା ଗ୍ରାମର (କ) ଅଙ୍ଗନୱାଡ଼ି କେନ୍ଦ୍ର ଗୋଟି ବହୁ ପୁରୁଣା ଗୃହ ହୋଇଥିବାରୁ ଅତ୍ୟନ୍ତ ଜରାଜୀର୍ଣ୍ଣ କୋଠରୀ ରେ କୋମଳମତି ଶିଶୁ ମାନେ ପ୍ରତିଦିନ ବିପଦ ସଙ୍କୁଳ ଅବସ୍ଥାରେ ଦୈନନ୍ଦିନ ତାଙ୍କର ଖେଳକୁଦ ପାଠପଢା ନାଚଗୀତ ଖାଇବା ପିଇବା ଭଳି ସମସ୍ତ କାର୍ଯ୍ୟ ସମ୍ପାଦନ ହେଉଥିବା ଗ୍ରାମର ମହିଳା ଗୋଷ୍ଠୀ ଓ ସମିତି ସଭ୍ୟା ବୁଇରାଣି ରାଉତ ଅଭିଯୋଗ ଆଣିଛନ୍ତି ଖାଲି ସେତିକି ନୁହେଁ ଅଙ୍ଗନୱାଡ଼ି କେନ୍ଦ୍ର ର ଛାତ ରୁ ଅଚାନକ ସିମେଣ୍ଟ ଖଣ୍ଡ ଖସି ପଡୁଥିବାରୁ ଅଳ୍ପକେ ଛୁଆ ବର୍ତ୍ତି ଯାଉଥିବା ବେଳେ ପ୍ରାୟ ଦୁଇ ମାସ ରୁ ଊର୍ଦ୍ଧ୍ବ ସମୟ ଧରି ନଳକୂଅ ରେ ଲାଗିଥିବା ମୋଟର ଖରାପ ହୋଇ ପଡ଼ି ରହିଛି ଯାହା ଫଳରେ ଛୁଆ ମାନଙ୍କୁ ପିଇବା ପାଣି ମନ୍ଦାଏ ମଧ୍ୟ ମିଳିପାରୁନାହିଁ ଏବଂ ଶିଶୁ ଙ୍କ ପାଇଁ ଶୌଚାଳୟ ନ ଥିବା,ବେଳେ କେନ୍ଦ୍ର ରେ ସୁରକ୍ଷା ବାଡ଼ ନ ଥିବାରୁ କିଛି ଦୁର୍ବୃତ୍ତ ପ୍ରତିଦିନ ମଦ ପିଇ ପାଉଚ୍ ର ଖୋଲମାନ ସେଣ୍ଟର ମଧ୍ୟକୁ ଫୋପାଡ଼ୁଥିବା କେନ୍ଦ୍ର ସହାୟିକା ଅଭିଯୋଗ ଆଣିଛନ୍ତି ଏଭଳି କେନ୍ଦ୍ର ର ବିଭିନ୍ନ ଦୂରାବସ୍ଥା କୁ ନେଇ ଗ୍ରାମର ମହିଳା ଗୋଷ୍ଠୀ ହିତାଧିକାରୀ ଓ ସମିତି ସଭ୍ୟା ମିଳିତ ଭାବରେ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନ କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ପ୍ରକାଶ କରିଛନ୍ତି ଏଣୁ ଏ ଦିଗରେ ନର୍ଲା ସିଡ଼ିପିଓ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନର୍ଲା ତୁରନ୍ତ ଦୃଷ୍ଟି ଦେଇ ଏହାର ଆସୁ ସମାଧାନ ନିମନ୍ତେ ସାଧାରଣ ରେ ଦାବି ହେଉଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ