Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସୁବଳୟା ରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବୁଧବାର ମହାନଦୀ ନେତ୍ର ଚିକିତ୍ସାଳୟ ପକ୍ଷରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ଶିବିରକୁ ଶୁଭାରମ୍ଭ କରିଥିଲେ । ଏହି ଶିବିରରେ ୭୨ ଜଣ ନିଜ ନାମ ପଞ୍ଜିକରଣ କରି ଚକ୍ଷୁ ପରୀକ୍ଷା କରାଇଥିଲେ ।‌ ସେଥିମଧ୍ୟରୁ ୨୫ ଜଣ ମୋତିଆବିନ୍ଦୁ ଚିହ୍ନଟ ହୋଇ ମହାନଦୀ ନେତ୍ର ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ‌ ଏଥିରେ ଚିକିତ୍ସାଳୟର ଧର୍ମରାଜ ନାଏକ , ଲିପିକା ବେହେରା , ସତ୍ୟନାରାୟଣ ସାହୁ , ଭାଗବତ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।