Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଁ ଦେଇ ମେଗାଲିଫ୍ଟ କେନାଲ ହେଲେ ଜଳସେଚନ ରୁ ବଞ୍ଚିତ ଚାଷି, ଜଳସେଚନ ପାଇଁ ଦାବିପତ୍ର।

କୋକସରା,୧୪।୧୨ କୋକସରା ବ୍ଳକ ଟେମରା ପଞ୍ଚାୟତ ସିର୍ଲିଗୁଡା ଓ ସାନ ପୋଡାଗୁଡା ପଞ୍ଚାୟତ ନେଗୀଗୁଡା ଗ୍ରାମର ଚାଷୀ ସମୂହ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଜଳସେଚନ କରିବା ଦାବି ନେଇ କୁସୁମଖୁଣ୍ଟି।ଉଠା ଜଳସେଚନ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଜଳସେଚନ ଦାବି କରିଛନ୍ତି।ସୂଚନା ମତେ ମୁଖୀଗୁଡା ଉପର ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲ କୋକସରା, ମାଝୀଗୁଡା ଦେଇ ସିର୍ଲିଗୁଡାରୁ ନେଗୀଗୁଡା ପର୍ଯ୍ୟଟନ କେନାଲ ସଂଯୋଗ ହୋଇଛି। ହେଲେ ଗାଁ ନିକଟ ଦେଇ କେନାଲ ସଂଯୋଗ ହୋଇଥିଲେ ମଧ୍ୟ ନେଗୀଗୁଡା ଓ ସିର୍ଲିଗୁଡା ଉଭୟ ଗାଁର ଚାଷୀଙ୍କ କ୍ଷେତରେ ଜଳ ସେଚିତ ହେଉ ନାହିଁ। ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ହୋଇଥିବା ବେଳେ ପ୍ରତିବର୍ଷ ଏହି ଗାଁ ଗୁଡ଼ିକର ଚାଷୀମାନେ ବର୍ଷା ଜଳକୁ ଭରସା କରି ଅନେକ କ୍ଷତି ସହି ଆସୁଛନ୍ତି। ତେଣୁ ଏହି ଅଞ୍ଚଳରେ ଏକ ଲିପ୍ଟ ପଏଣ୍ଟ କରାଗଲେ ପ୍ରାୟ ୧ ହଜାର ହେକ୍ଟର ଜମିରେ ଜଳ ସେଚିତ ହୋଇ ପାରିବ ବୋଲି ସେମାନେ ମାନେ ଦାବି କରିଛନ୍ତି। ଏନେଇ ସମାବେତ ଚାଷୀମାନେ କୁସୁମଖୁଣ୍ଟି ଇନ୍ଦ୍ରାବତୀ ଉଠାଜଳସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀଙ୍କୁ ଉଭୟ ଗ୍ରାମର ଚାଷୀ ସମୂହ ସାନପୋଡ଼ାଗୁଡା ସମିତି ସଭ୍ୟ ରାଜୀବ ଖମାରୀ, ଚାଷୀ ଶ୍ୟାମସୁନ୍ଦର ନାଏକଙ୍କ ଉପସ୍ଥିତିରେ ଚାଷୀ ଗଜିନ୍ଦ୍ର ନାଏକ, କ୍ଷେତ୍ର ମୋହନ୍ ଗୋପାଳ, ପୂର୍ଣ୍ଣ ଚନ୍ଦ୍ର ନାଗ, ବସନ୍ତ ଗୋପାଳ, ନିରାକାର ଗୋପାଳ, ଖଣ ସୁନ୍ଦର ନାଗ, ଆଲୋକ କୁମାର ବାଗ, ସୁବାସ ଚନ୍ଦ୍ର ନାଏକ, କୈଳାଶ ନାଏକ, ପର୍ଶୁରାମ ନାଏକ, ହରି ଚନ୍ଦନ, ଜଳନ୍ଧର ନାଏକ ସମେତ ଶତାଧିକ ଚାଷୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ଚାଷ ଜମିକୁ ଜଳ ସେଚନ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି।