Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଣବସା ଗୁରୁବାର ରେ ଆଖିଆ ଅପିଆ ଗୃହଲକ୍ଷ୍ମୀ।

ଗୋପାଳପୁର,୧୪/୧୨ ଦୀର୍ଘ ଏକ ବର୍ଷର ବ୍ୟବଧାନ ପରେ ପୁଣି ସାମ୍ନାକୁ ଆସିଛି ଶାଶୁ ଘର ଲୋକଙ୍କ ଠାରୁ ନିର୍ଯ୍ୟାତନା ପାଉଥିବା ଲକ୍ଷ୍ମୀଙ୍କ କାହାଣୀ । ନିଜେ ଲକ୍ଷ୍ମୀ ସମସ୍ତ ଘଟଣା ର ଭିଡ଼ିଓ ଜାରୀ କରି ନିଜର ଦୁଃଖ ବଖାଣୁଛନ୍ତି । ଘଟଣା ଟି ଘଟିଛି ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମାର ନୃସିଂହ ପ୍ରଧାନ ଙ୍କ ଘରେ । ଲକ୍ଷ୍ମୀଙ୍କୁ ତାଙ୍କ ଶାଶୁ ଘର ଲୋକେ ଗତ ୨୧ରୁ ଉର୍ଦ୍ଧ୍ବ ଦିନ ହେଲା ଘରେ ବନ୍ଦ ରଖି ବାହାରୁ ତାଲା ପକାଇ ଦେଇଛନ୍ତି । ଯାହାଫଳରେ ଘରେ ଏକୁଟିଆ ଅଖିଆ ଅପିଆ ଭାବେ ରହିଛନ୍ତି । ନିଜ ପୁଅ ନୃସିଂହକୁ କେଉଁଆଡ଼େ ପଠାଇ ଦେଇ ଶାଶୁ ଘର ଲୋକେ ନିର୍ଯ୍ୟାତନା ଦେଇଥିବା ନେଇ ଭିଡ଼ିଓ ଜାରୀ କାରୀ ଲକ୍ଷ୍ମୀ ସମସ୍ତ ଦୁଃଖ ବଖାଣିଛନ୍ତି। ଲକ୍ଷ୍ମୀ ପ୍ରଧାନ ଓ ନୃସିଂହ ପ୍ରଧାନଙ୍କ ମଧ୍ୟରେ ଗତ ଚାରି ବର୍ଷ ତଳୁ ପ୍ରେମ ସମ୍ପର୍କ ଗଢିଥିଲା । ନୃସିଂହ ବିବାହର ପ୍ରତିଶୃତି ଦେଇ ଲକ୍ଷ୍ମୀଙ୍କ ସହ ଶାରରୀକ ସମ୍ପର୍କ ସ୍ଥାପନ କରିଥିଲେ । ପ୍ରେମ ଓ ଉଭୟଙ୍କ ମଧ୍ୟରେ ଶାରୀରିକ ସର୍ମ୍ପକ ରହିଥିବା ନେଇ ଉଭୟଙ୍କ ପରିବାର ଲୋକେ ଜାଣିବା ପରେ ୨୦୨୧ ଡିସେମ୍ବର ୨୩ ତାରିଖରେ ଉଭୟଙ୍କ ବିବାହ ଗାଁ ମନ୍ଦିରରେ ହୋଇଥିଲା । ଏହାପରେ ଡ଼ିସେମ୍ବର ୨୭ ତାରିଖରେ ଲକ୍ଷ୍ମୀଙ୍କ ସହ ସେହି ଗାଁର ନୃସିଂହ ପ୍ରଧାନ କୋର୍ଟରେ ବିବାହ ନେଇ ଶପଥପାଠ କରିଥିଲେ । କିନ୍ତୁ ଏତେ ସବୁ ସତ୍ଲତ୍ୱେ ଲକ୍ଷ୍ମୀଙ୍କୁ ତାଙ୍କ ଶାଶୁ ଘର ଲୋକେ ଗ୍ରହଣ କରିନଥିଲେ । ଯାହାକୁ ନେଇ ଲକ୍ଷ୍ମୀ ଗତ ଏକ ବର୍ଷ ପୂର୍ବରୁ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ଜରିଆରେ ମାମଲାର ସମାଧାନ ହେବା ସହ ଏକ ବର୍ଷ ଧରି ନୃସିଂହ ଓ ଲକ୍ଷ୍ମୀ ଏକାଠି ରହୁଥିଲେ । ଏକ ବର୍ଷ ଧରି ଏକାଠି ରହିବା ପରେ ତାଙ୍କ ପରିବାର ଲୋକେ ଏହାକୁ ସହ୍ୟ କରିନପାରି ନୃସିଂହକୁ କେଉଁଆଡ଼େ ପଠାଇ ଦେଇଥିବା ଲକ୍ଷ୍ମୀ ଅଭିଯୋଗ କରିଛନ୍ତି। ଏହାର ସୁଯୋଗ ନେଇ ଶାଶୁଘର ଲୋକେ ଲକ୍ଷ୍ମୀ ଘର ମଧ୍ୟରେ ଥିବା ସମୟରେ ଘରର ପଛପଟୁ ତାଲା ପକାଇ ଦେବା ସହ ଗାଳିଗୁଲଜ କରିବା ଯୋଗୁଁ ନିଜ ଜୀବନକୁ ସୁରକ୍ଷା ପାଇଁ ଭିତରପଟୁ ନିଜେ ତାଲା ପକାଇଥିବା ଲକ୍ଷ୍ମୀ କହିଛନ୍ତି ।ଘଟଣା ନେଇ ଲକ୍ଷ୍ମୀ ଙ୍କ ଶାଶୁ ରଙ୍କ ପ୍ରଧାନ
କହିଛନ୍ତି ଯେ ତାଙ୍କ ପୁଅ ନୃସିଂହ ସହିତ ଲକ୍ଷ୍ମୀ ର ବିବାହ କରିବାର କୌଣସି ପ୍ରମାଣପତ୍ର ଲକ୍ଷ୍ମୀଙ୍କ ନିକଟରେ ନାହିଁ । ପ୍ରମିଳା ତ୍ରିପାଠୀଙ୍କ କଥାରେ ପଡ଼ି ଲକ୍ଷ୍ମୀ ଘରେ ପଶିଛି । ଆଉ ଲକ୍ଷ୍ମୀଙ୍କୁ କେହି ବାହାରପଟୁ ତାଲା ପକାଇନାହିଁ । ବରଂ ଘରେ କେହି ନଥିବାର ସୁଯୋଗ ପାଇ ସେ ଘରେ ରହି ଭିତରପଟୁ ତାଲା ପକାଇଦେଇଛି । ଯାହାଫଳରେ ଦୀର୍ଘ ୨୧ ଦିନରୁ ଉର୍ଦ୍ଧ୍ବ ସମୟ ହେଲା ସେମାନେ ନିଜ ଘର ମଧ୍ୟକୁ ଯାଇ ନପାରି ବାରଣ୍ଡାରେ ସେ ତାଙ୍କ ଯାଆ ଓ ଝିଅଙ୍କ ଶୋଇବା , ଖାଇବା, ପିଇବା ସମସ୍ତ କାର୍ଯ୍ୟକୁ କରିବାକୁ ପଡୁଛି ବୋଲି କହିଛନ୍ତି । ଏଭଳି ଅସୁବିଧା କରୁଥିବା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ସୁଦ୍ଧା ପୋଲିସ କିଛି ପଦକ୍ଷେପ ନେଉନଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି । ଗତ ୨୦୨୧ ମସିହାରେ ଲକ୍ଷ୍ମୀଙ୍କୁ ନୃସିଂହ ଦୁଷ୍କର୍ମ କରିଥିବା ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଥିଲା । ଯାହାଫଳରେ ଦୀର୍ଘ ୪ ମାସ ଧରି ନୃସିଂହ ଜେଲରେ ରହିବାକୁ ପଡ଼ିଥିଲା। ଆଉ ସେହି ମାମଲାର ବର୍ତ୍ତମାନ ବିଚାରଣା ଚାଲିଛି ।ଏହା ମଧ୍ୟରେ ଉଭୟ ପକ୍ଷରୁ ଗୋଳନ୍ଥରା ଥାନାରେ ୫ଟି ମାମଲା ରୁଜୁ ହୋଇସାରିଲାଣି । କୌଣସି ପ୍ରକାରର ଅପ୍ରତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେ ନେଇ ପୋଲିସ ସମ୍ପୂର୍ଣ୍ଣ ରୂପେ ଧ୍ୟାନ ଦେଇଛି । ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉଥିବା ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ପ୍ରକାଶ କରିଛନ୍ତି ।ଲକ୍ଷ୍ମୀଙ୍କ ଦ୍ବାରା ରୁଜୁ ହୋଇଥିବା ଦୁଷ୍କର୍ମ ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧିନ ଥିବା ଯୋଗୁଁ କୌଣସି ଆଖିଦୃଶିଆ ପଦକ୍ଷେପ ପୋଲିସ ନେଇପାରୁନଥିବା ବେଳେ ବିଚାରଣା ଶେଷ ହେବା ପରେ ହିଁ କୋର୍ଟର ନିଷ୍ପତ୍ତି ଅନୁସାରେ ପୋଲିସ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ସୂଚନା ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories