ମରଣାନ୍ତକ ଆକ୍ରମଣ ମାମଲାରେ ସମ୍ପୃକ୍ତ ଦୁଇ ଯୁବକ କୋର୍ଟ ଚାଲାଣ।


ଗୋପାଳପୁର,୧୪/୧୨
ଗୋଳନ୍ଥରା ଥାନା ପକ୍ଷରୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟ କରିବା ଘଟଣାରେ ଦୁଇ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ସିଂହଳା ଗ୍ରାମର ବାବୁଲ ଦାସ (୨୧) ଓ ଚନ୍ଦନ ଦାସ (୨୬) ବୋଲି ପୋଲିସ ସୂଚନା ଦେଇଛି l ସୂଚନା ଅନୁସାରେ ଏହି ଥାନା ଅଧିନସ୍ଥ ସିଙ୍ଗାବାଡ଼ି ଗ୍ରାମର ହେନା ଗୌଡ଼ ବୁଧବାର ସନ୍ଧ୍ୟାରେ ସିଂହଳା ଗ୍ରାମ କୁ ଦେଶୀ ମଦ ଦୋକାନ କୁ ଯାଇଥିଲେ l ସେଠାରେ ମଦ୍ୟପାନ କରିଥିଲେ l ଏହି ସମୟରେ ସିଂହଳା ଗ୍ରାମ ବାବୁଲ ଦାସ ଓ ଚନ୍ଦନ ଦାସ ତାଙ୍କ ସହ ମିଶିଥିଲେ l ହେନା ଟଙ୍କା ଧରିଥିବା ନେଇ ଉଭୟ ଦେଖି ମାଗିଥିଲେ l ହେନା କିନ୍ତୁ ସେମାନଙ୍କୁ ଟଙ୍କା ଦେଇନଥିଲେ l ହେନା ନିଜ ଘରକୁ ଫେରୁଥିବାବେଳେ ସମୟରେ ସିଂହଳା ଛକରେ ବାବୁଲ ଓ ଚନ୍ଦନ ସେଠାରେ ତାକୁ ଟଙ୍କା ମାଗିଥିଲା।ହେନା ଟଂକା ନ ଦେବାରୁ ଉଭୟ ତାକୁ ମରାନ୍ତକ ଆକ୍ରମଣ କରି ୨୦ ହଜାର ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ l ପରିବାର ଲୋକ ଘଟଣାସ୍ଥଳରେ ପହଂଚି ହେନାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତିକରିଥିଲେ l ଘଟଣା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା l ଥାନା କେଶ ନ ୬୪୯/୨୩ ପ୍ରକାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ଗୁରୁବାର ସକାଳେ ଚନ୍ଦନ ଓ ବାବୁଲ ଗ୍ରାମରେ ଥିବା ବେଳେ ପୋଲିସ ଖବର ପାଇଁ ସେଠାରେ ଚଡାଉ କରି ଉଭୟଙ୍କୁ କାବୁ କରିଥିଲେ l ତାଙ୍କ ଠାରୁ ଲୁଟ ହୋଇଥିବା ୨୦ ହାଜର ପୋଲିସ ଜବତ କରିଥିଲା l ଥାନାରେ ଅଟକ ରଖି ପଚାରା ଉଚରା କରିବା ପରେ ସନ୍ଧ୍ୟାରେ ବାବୁଲ ଓ ଚନ୍ଦନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l