Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧାନ ଚୋରା ଚାଲାଣ ବେଳେ ମାଡି ବସିଲା ଯୋଗାଣ ବିଭାଗ, ଧାନ ଟ୍ରକ ସହ ଡ୍ରାଇଭର ଅଟକ, ତଦନ୍ତ ଜାରି।

କୋକସରା:୧୫/୧୨
କଳାହାଣ୍ଡି ଜିଲ୍ଲା ରେ ମଣ୍ଡି ଆରମ୍ଭ ହୋଇଥିବା ବେଳେ ସକ୍ରିୟ ରହିଛନ୍ତି ଧାନ ଚୋରା ଚାଲାଣ କାରୀ। ଧର୍ମଗଡ଼ ଉପଖଣ୍ଡ ର ଜୟପାଟଣା, କୋକସରା, କଲମପୁର,ଧର୍ମଗଡ଼ ବ୍ଲକ ଅଞ୍ଚଳ ରୁ ପଡୋଶୀ ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟ କୁ ଧାନ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଅନେକ ସମୟରେ ଚୋରା ଚାଲାଣ ସମୟରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। ଶୁକ୍ରବାର କଳାହାଣ୍ଡି ଯୋଗାଣ ଅଧିକାରୀ ଙ୍କ ନେତୃତ୍ୱରେ ଧର୍ମଗଡ଼ ଉପଖଣ୍ଡ ର ବିଭିନ୍ନ ସ୍ଥାନରେ ଚଢ଼ାଉ ସମୟରେ ଜାତୀୟ ରାଜପଥ ୨୬ ମୋଟେର ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ନମ୍ବର OD 08 E 0858 ରେ ଧାନ ବୋଝେଇ ହୋଇ ଯାଉଥିବା ବେଳେ ଯୋଗାଣ ବିଭାଗ ଅଧିକାରୀ ଅଟକାଇ କାଗଜପତ୍ର ଯାଞ୍ଚ ସମୟରେ ଏହା ଚୋରା ଚାଲାଣ ହେଉଥିବା ସ୍ପଷ୍ଟ ହୋଇଛି। ଯୋଗାଣ ବିଭାଗ ପକ୍ଷରୁ ଟ୍ରକ ଓ ଡ୍ରାଇଭର ଚିତ୍ରସେନ ଖରସେଲ କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରସାଦ ସିଡ୍ସ ଟ୍ରକ ରେ ୧୦୪.୮୦ କ୍ୱିଣ୍ଟାଲ ଧାନ ରହିଛି। ଏହି ଚଢ଼ାଉ ରେ କଳାହାଣ୍ଡି ଯୋଗାଣ ଅଧିକାରୀ ମନୋଜ ଦାସ, ଉପଖଣ୍ଡ ଯୋଗାଣ ଅଧିକାରୀ ଦୁର୍ଗା ପ୍ରସାଦ ମାଝୀ, କୋକସରା ବ୍ଲକ ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ଜୟପାଟଣା ବ୍ଲକ ଯୋଗାଣ ଅଧିକାରୀ ପ୍ରିୟ ରଞ୍ଜନ ନାଏକ,ଧର୍ମଗଡ଼ ବ୍ଲକ ଯୋଗାଣ ଅଧିକାରୀ ପ୍ରଶାନ୍ତ ଦାସ ସାମିଲ ରହିଥିଲେ। ତେବେ ତଦନ୍ତ ପରେ ସବିଶେଷ ତଥ୍ୟ ଜଣାପଡିବ ବୋଳି ଅଧିକାରୀ ମାନେ କହିଛନ୍ତି।