Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଳାହାଣ୍ଡିରେ ପୋଲିସ ଡିଜି ୪ଟି ଜିଲ୍ଲାର ମାଓ ସ୍ଥିତି ସମୀକ୍ଷା କଲେ

କଳାହାଣ୍ଡି, ୧୫/୧୨ (ଜଗନ୍ନାଥ ନାଏକ) : ପୋଲିସ ଡିଜି ସୁନୀଲ ବଂଶଳ ଗତକାଳି ଗୁରୁବାର ସନ୍ଧ୍ୟାରେ ଭବାନୀପାଟଣା ସ୍ଥିତ ପୋଲିସ ମୁଖ୍ୟାଳୟରେ ମାଓ ପରିସ୍ଥିତିର ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ କଳାହାଣ୍ଡି, ବଲାଙ୍ଗୀର, ନୂଆପଡା ଓ ନବରଙ୍ଗପୁର ଜିଲ୍ଲାର ମାଓ ସ୍ଥିତ ଓ ମୁକାବିଲା ଏବଂ ଆଗାମୀ ରଣନୀତି ଉପରରେ ସମୀକ୍ଷା କରାଯାଇଥିଲା। ସମୀକ୍ଷାରେ ସିଆରପିଏଫର ବୈଶିଷ୍ଠ୍ୟ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ। ବୈଠକରେ ରାଜ୍ୟ ପୋଲିସ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣଜିତ୍ ସିଂ ମିନା, ଡିଆଇଜି ଉମାଶଙ୍କର ଦାଶଙ୍କ ସହ କଳାହାଣ୍ଡି ଏସପି ଅଭିଳାଷ.ଜି, ନୂଆପଡା ଏସପି ରାଗବନ୍ଦ୍ର ରେଡ୍ଡୀ, ନବରଙ୍ଗପୁର ଏସପି ରୋହିତ ବର୍ମା ଏବଂ ବଲାଙ୍ଗୀର ଏସପି ହୃଷିକେଶ ଜ୍ଞାନଦେଓ ଖିଲାଡୀ ଏସପି, ଏସ.ଡି.ପି.ଓ.ଏସ.ହେମବ୍ରମ୍, ଟାଉନ ଥାନା ଅଧିକାରୀ ଯଶବନ୍ତ ହିଆଲଙ୍କ ସମେତ ଅନେକ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ପରେ ପୋଲିସ ଡିଜି ଶ୍ରୀ ବଂଶଳ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଗୁରୁବାର ସକାଳରେ । ଓ ବୌଦ୍ଧ ଜିଲ୍ଲା ସମୀକ୍ଷା ହୋଇଥିଲା। ସନ୍ଧ୍ୟାରେ ୪ ଟି ଜିଲ୍ଲାରେ ମାଓ ସ୍ଥିତି ଉପରେ ସମୀକ୍ଷା ହୋଇଥିଲା। ଆଜି ଫୁଲବାଣୀରେ ୨ ଜଣ ମାଓ ବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଛତିଶଗଡ଼ ସୀମାରୁ ମାଓବାଦୀ ମାନେ ଓଡିଶାକୁ ଯିବା ଆସିବା କରୁଛନ୍ତି। ବିଭିନ୍ନ ସମୟରେ ପୋଷ୍ଟର ଲଗାଇ ନିଜର ସ୍ଥିତି ଜାହିର କରୁଛନ୍ତି । ସେମାନଙ୍କ ଗତିବିଧି ଉପରେ ତିକ୍ଷଣ ନଜର ରଖାଯାଇଛି। ଓଡ଼ିଶାରେ ଆହୁରି ୧୧ ଟି ନୁଆ ପୋଲିସ କ୍ୟାମ୍ପ ସ୍ଥାପନ କରାଯିବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତାରେ ପାଣ୍ଡି ଯୋଗାଇ ଦିଆଯାଇଛି। ଏହି ପାଣ୍ଡିରେ ସଡ଼କ ଯୋଗାଯୋଗ ଓ ମୋବାଇଲ ନେଟୱାର୍କ ସଂଯୋଗ ନିମନ୍ତେ ପଦକ୍ଷେପ ନିଆଯାଉଛି । ରାଜ୍ୟର ୧୦ ଟି ଜିଲ୍ଲାରେ ନକ୍ସଲ ଗତିବିଧି ରହିଛି। ନକ୍ସଲ ମୂଳୋତ୍ପାଟନ ପାଇଁ ଓଡିଶା ପୋଲିସ ବାନ୍ଧପରିକର ରହିଛି। କନ୍ଧମାଲରେ ଆଜି ସକାଳେ ଏକ ମାଓ କ୍ୟାମ୍ପ ଠାବ କରାଯାଇ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏଥିରେ ବିସ୍ପୋର୍କ ସାମଗ୍ରୀ ଏବଂ ୟୁନିଫର୍ମ ମିଳିଛି। ସର୍ଚ୍ଚ ଅପରେସନ୍ ଶେଷ ହେବା ପରେ ସବିଶେଷ ତଥ୍ୟ ମିଳିବ ବୋଲି କହିଥିଲେ । କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର ଜିଲ୍ଲାର ଦୁର୍ଗମ ପାହାଡ଼ ଅଞ୍ଚଳରେ ଆଂଶିକ ମାଓ କାର୍ଯ୍ୟକଲପ୍ ଚାଲିଛି କିନ୍ତୁ ଏହା ସମ୍ପୂର୍ଣ ଭାବେ ପୋଲିସର ନିୟନ୍ତ୍ରଣରେ ରହିଛି ବୋଲି ସୂଚନା ଦେଇଥିଲେ ।