Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମରବଗା ପ୍ୟାକ୍ସରେ ଖରିଫ ଧାନ ସଂଗ୍ରହ ପାଇଁ ବୈଠକ

ସମରବଗା ପ୍ୟାକ୍ସରେ ଖରିଫ ଧାନ ସଂଗ୍ରହ ପାଇଁ ବୈଠକ
ଝାରସୁଗୁଡା ୧୫/୧୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ସମରବଗା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଚାଷୀ ମାନଙ୍କ ଠାରୁ ଖରିଫ ଧାନ ସଂଗ୍ରହ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସମରବଗା ସମବାୟ ସମିତିର ସଭାପତି ମହେନ୍ଦ୍ର ବିଶ୍ଵାଳଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସମ୍ପାଦକ ପ୍ରମୋଦ ଭୋଇ ସଭା ପରିଚାଳନା କରିଥିଲେ । ଉକ୍ତ ବୈଠକରେ ଖରିଫ ଧାନ ସଂଗ୍ରହ ସମ୍ବନ୍ଧରେ ଆଲୋଚନା ହେବା ସହ ବିକ୍ରି ଧାନ ଭର୍ତ୍ତି କରିବା ପାଇଁ ସମ୍ପୃକ୍ତ ମିଲର ଚାଷୀ ମାନଙ୍କୁ ଭଲ ବସ୍ତା (ଅଖା) ଦେବା, ବିନା କଟିନୀ ଛଟନିରେ ଚାଷୀଙ୍କ ଠାରୁ ଧାନ କିଣିବା ଏବଂ ଚାଷୀମାନେ କିପରି ସୁବିଧା ଓ ଶାନ୍ତି ଶୃଙ୍ଖଳା ସହ ଧାନ ବିକ୍ରି କରି ପାରିବେ ସେ ଦିଗରେ ବିଶେଷ ଧ୍ୟାନ ଦେବାକୁ ଉପସ୍ଥିତ ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ । ଆଜିର ବୈଠକରେ ସମବାୟ ସମିତିର ସଭାପତି ଶ୍ରୀ ବିଶ୍ଵାଳ ଙ୍କ ସହିତ
ପୂର୍ବତନ ସଭାପତି ତଥା ସମିତି ସଭ୍ୟ ରାଜେନ୍ଦ୍ର ପ୍ରସାଦ ସାହୁ, ବୋର୍ଡ଼ ଡ଼ାଇରେକ୍ଟର ତୁଷାରାମ ପଧାନ, ଧନଞ୍ଜୟ ପଧାନ, ଓମ ପ୍ରକାଶ ପାଣ୍ଡେ, ଈଶ୍ୱର ଚନ୍ଦ୍ର ବାରିକ, ଚନ୍ଦ୍ରମଣି ପଧାନ,ନବ କିଶୋର ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ । କିନ୍ତୁ ଉକ୍ତ ବୈଠକରେ ଯୋଗାଣ ବିଭାଗର ଅଧିକାରୀ କିମ୍ବା ମିଲର କୌଣସି କର୍ମଚାରୀ ଯୋଗଦାନ କରି ନଥିବା ଯୋଗୁଁ ଉପସ୍ଥିତ ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିଥିଲେ । ଶେଷରେ ସମ୍ପାଦକ ଶ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

More Stories