Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର କଲେଜ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଗୋପାଳପୁର ୧୫/୧୨
ଗୋପାଳପୁର କଲେଜ ପକ୍ଷରୁ ନୂଆ-ଓ ଯୋଜନାର ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ଅବସରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କଲେଜ ଅଧକ୍ଷ ଡ଼. ରାମ ପ୍ରସାଦ ପଣ୍ଡାଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା କମିଟିର ସଭାପତି ସି. ଏଚ ଦିଲେଶ୍ଵର ରେଡି, ବକ୍ତା ଭାବେ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଗୋପାଳପୁର ଏନ ଏ ସି ଅଧକ୍ଷ ଏ. ଜାନକୀ ରାମ ଯୋଗ ଦେଇ ସଡ଼କ ସୁରକ୍ଷାର ନିୟମ, ଛାତ୍ର ଛାତ୍ରୀ ମାନଙ୍କ ଦାୟିତ୍ୱ ସହ ସଡକ ସୁରକ୍ଷା ନିୟମ ପାଳନ କରିବାରେ ସହଯୋଗ କରିବାକୁ କହିଥିଲେ l ସାମାଜିକ କାର୍ଯ୍ୟକ୍ରମର ନୋଡାଲ ଅଫିସର ଏସ. ରୂପଲକ୍ଷ୍ମୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ନୋଡାଲ ଅଫିସର ଉମାକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ପରେ ଛାତ୍ର ଛାତ୍ରୀ ମାନେ କଲେଜ ପରିସରରୁ ଏକ ଶୋଭାଯାତ୍ରାକୁ ଅତିଥି ମାନେ ସବୁଜ ପତକା ଦେଖାଇ ଶୁଭ ଆରମ୍ଭ କରିଥିଲେ l ପରେ ଗୋପାଳପୁର ନଗର ପରିକ୍ରମା କରି ହେଲମେଟ ପିନ୍ଧି ଗାଡ଼ି ଚଳାଇବା, ମୋବାଇଲ ବ୍ୟବହାର ନ କରି ଗାଡ଼ି ଚଳାଇବା, ମଦ ନ ପିଇ ଗାଡ଼ି ଚଳାଇବା ଆଦି ଉପରେ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରାଇଥିଲେ l ଏହି କାର୍ଯ୍ୟକ୍ରମରେ ଡ଼. ପୁରୁଷୋତ୍ତମ ସାହୁ, ଡ଼. ରାମ ଚନ୍ଦ୍ର ଜେନା, ଲକ୍ଷଣ ପାଳ, ଜି. ଗଜପତି ରାଓ, ଡ଼. ଚଞ୍ଚଳା ଜେନାଙ୍କ ସମେତ ଏନ ସି ସି, ରୋବର, ରେଡ଼କ୍ରସର ସ୍ୱେଚ୍ଛାସେବୀଙ୍କ ସମେତ ଶିକ୍ଷକ,ଅଣ ଶିକ୍ଷକ, ଛାତ୍ର ଛାତ୍ରୀ, କର୍ମଚାରୀ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories