ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗରେ ସ୍ୱତନ୍ତ୍ର ବକ୍ତୃତା ମାଳା କାର୍ଯ୍ୟକ୍ରମ।


ଗୋପାଳପୁର ୧୬/୧୨
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗରେ ସ୍ୱତନ୍ତ୍ର ବକ୍ତୃତା ମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବକ୍ତୃତା ମାଳାରେ ବିଭାଗର ୧୯୯୭ ବ୍ୟାଚର ପୁରାତନ ଛାତ୍ର ତଥା ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଜୀବ ବିଜ୍ଞାନ ପ୍ରଧ୍ୟାପକ ଡ. ରାଜ କିଶୋର ମିଶ୍ର ଯୋଗ ଦେଇ “କର୍କଟ ରୋଗର କାରଣ, ଅଣୁସୂତ୍ର, କୋଷ ପ୍ରସାର ତଥା ଏହାର ଚିକିତ୍ସା” ସମ୍ବନ୍ଧରେ ଗବେଣାତ୍ମକ ତଥ୍ୟ ଉପସ୍ଥାପନ କରିବା ସହ ବର୍ତ୍ତମାନର କର୍କଟ ରୋଗ ସମ୍ବନ୍ଧୀୟ ଗବେଷଣା ଉପରେ ଆଲୋକପାତ କରିଥିଲେ।। ଏହି ବକ୍ତୃତା ମାଳାକୁ ବିଭାଗୀୟ ମୁଖ୍ୟ ଡ. ପ୍ରସନ୍ନ କୁମାର ଦିକ୍ଷୀତ ସଂଯୋଜନା କରିଥିଲେ। ଏହି ସ୍ବତନ୍ତ୍ର ବକ୍ତୃତାମାଳାରେ ବିଭାଗର ସମସ୍ତ ଶିକ୍ଷକ, ଛାତ୍ର ଛାତ୍ରୀ, ଗବେଷକ,ଗବେଷିକା, ଛାତ୍ର, ଛାତ୍ରୀ ଯୋଗ ଦେଇଥିଲେ।