ଛତ୍ରପୁର, ହଳଦିଆପଦର ଗୋପାଳପୁର ରେ୨୬ କୋଟି ବ୍ୟୟରେ ନିର୍ମିତ ୩ ଅତ୍ୟାଧୁନିକ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବ କେବେ ?


ଗୋପାଳପୁର,୧୬/୧୨
ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୦୧୪ ଓ ୨୦୧୬ ରେ
ଗୋପାଳପୁର ଓ ଛତ୍ରପୁର ସମେତ ହଳଦିଆପଦର ନବନିର୍ମିତ ବସ ଷ୍ଟାଣ୍ଡ କୁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲେ ମଧ୍ୟ ଆଜିଯାଏଁ ଏହି କାର୍ଯ୍ୟକ୍ଷମ ହୋଇ ନପାରିବାରୁ କୋଟି କୋଟି ଟଙ୍କା ପାଣିରେ ପଡିବା ପରି ହୋଇଛି। । ବ୍ରହ୍ମପୁର ମହାନଗର ନିଗମ,ଛତ୍ରପୁର ଓ ଗୋପାଳପୁର ସହରର ଜନସଂଖ୍ୟା ଓ ଚାରିଚକିଆ ପରିବହନ ଗାଡିର ବୃଦ୍ଧି ଯୋଗୁଁ ସହରର ଯାତାୟାତ ରେ ବହୁ ଅସୁବିଧା, ଭିଡ଼, ଦୁର୍ଘଟଣା ଇତ୍ୟାଦି ରୁ ବର୍ତ୍ତିବା ପାଇଁ ୨୦୧୪ ମସିହାରେ ଏକ ଯୋଜନା ପ୍ରସ୍ତୁତ କରାଯାଇ ବ୍ରହ୍ମପୁରର ନୂତନ ବସ ଷ୍ଟାଣ୍ଡ ହଳଦିଆପଦର ଜାତୀୟ ରାଜପଥ କଡରେ ୫ ଏକର ଜମିରେ ୧୩ କୋଟି ଟଙ୍କା ବ୍ୟାୟରେ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା। ଏଥି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ୨୦୧୬ ମାର୍ଚ୍ଚ ୫ ବିଜୁ ଜୟନ୍ତୀରେ ଏହାକୁ ଉଦଘାଟନ କରିଥିଲେ। lଉକ୍ତ ହାଇ ଟେକ ବସଷ୍ଟାଣ୍ଡ ପରିସରରେ ବିଭିନ୍ନ ପ୍ରକାର ସୁବିଧା ସହିତ ୧୦୦ ରୁ ଅଧିକା ବସ ରହିବା ପାଇଁ ପାର୍କିଙ୍ଗ, ଅନେକ ଦୋକାନ ଗୃହ, ଶୌଚାଳୟ, ବିଶ୍ରାମାଗlର, ଟିକେଟ କାଉଣ୍ଟର ଓ ବସ ମରାମତି ପାଇଁ ଗ୍ୟାରେଜ ନିର୍ମାଣ କରାଯାଇଛି । ବସଷ୍ଟାଣ୍ଡ କୁ ଆସୁଥିବା ଯାତ୍ରୀଙ୍କ ପାଇଁ ଫେନ, ଲାଇଟ ଇତ୍ୟାଦି ଅତ୍ୟାଧୁନିକ ଯନ୍ତ୍ରପାତି ଲଗାଯାଇଥିଲେ ମଧ୍ୟ ଦୀର୍ଘ ୭ ବର୍ଷ ହେଲା ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନହେବା ସହ ଅବ୍ୟବହାର ହେଇ ପଡିରହିଥିବା ଯୋଗୁଁ ଛାତରୁ ପାଣି ଗଳିବା ସହ ଲାଗିଥିବା ଫ୍ୟାନ ଓ‌ ଲାଇଟ ଇତ୍ୟାଦି ଯନ୍ତ୍ର ପାତି ଚୋରି ହୋଇଯିବା ସହ ଖରାପ ହୋଇଗଲାଣି। ଏବେ ଏହି କୋଠାରେ ଅସ୍ଥାୟୀ ଭାବେ କନିଷି ତହସିଲ କାର୍ଯାଳୟ ଚାଲୁ ରହିଥିବା ସହ କେତେକ ଘରୋଇ ବସ୍ ମାଲିକ ମାନେ ଏହାକୁ ବସ ପାର୍କିଂ ସ୍ଥାନ ଭାବେ ବ୍ୟବହାର କରୁଛନ୍ତି।ସେହିପରି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ୬.୪୪ କୋଟିରେ ଜାତୀୟ ରାଜପଥ କଡରେ ନିର୍ମିତ ବସ ଷ୍ଟାଣ୍ଡ ଟି ମଧ୍ୟ ବିଜୁ ଜୟନ୍ତୀ ଦିବସ ୨୦୧୬ ରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ।ଯାହା ଦୀର୍ଘ ୭ ବର୍ଷ ହେଲା କାର୍ଯ୍ୟକ୍ଷମ ନ ହୋଇ ପଡ଼ିରହିଛି lଏବେ କେବଳ କେତେକ ସିଟିବସ ବସଷ୍ଟାଣ୍ଡ ପରିସରକୁ ଯା ଆସ କରୁଥିବା ବେଳେ ଦୂରଗାମୀ ବସ ବସଷ୍ଟାଣ୍ଡ ପରିସରକୁ ଯିବା ପାଈଁ ଉପଯୁକ୍ତ ରାସ୍ତା ନଥିବାରୁ ସେଗୁଡିକ ବସଷ୍ଟାଣ୍ଡ ପରିସରକୁ ଯାଉ ନଥିବା ଦେଖିବାକୁ ମିଳିଛି। ଅନ୍ୟ ପଟେ ଏହା ସଠିକ ଭାବେ ବ୍ୟବହୃତ ହେଉନଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାର ରକ୍ଷଣାବେକ୍ଷଣା କରା ଯାଉନଥିବାରୁ ସନ୍ଧ୍ୟା ନଇଁଲେ ଅନ୍ଧକାର ରହୁଥିବାରୁ ଅସମାଜିକ ବ୍ୟକ୍ତି ମାନେ ଆଡ୍ଡା ଜଣାଉଥିବା ଅଭିଯୋଗ ହେଉଛି।
ସେହିପରି ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗୋପାଳପୁର ଠାରେ ଅନୁରୂପ ଭାବେ ୬ କୋଟି ଟଙ୍କାରେ ନିର୍ମିତ ନୂତନ ବସ ଷ୍ଟାଣ୍ଡ କୁ ମୁଖ୍ୟମନ୍ତ୍ରୀ ଗତ ୨୦୧୬ ରେ ଉଦଘାଟନ କରିଥିଲେ।ଏହା ମଧ୍ୟ ୭ ବର୍ଷରୁ ଉର୍ଦ୍ଧ ସମୟ ହେଲା
କାର୍ଯ୍ୟକ୍ଷମ ନହେଇ ଅବ୍ୟବହୃତ ଅବସ୍ଥାରେ ରହିଥିବା ଯୋଗୁଁ ପ୍ଳାଷ୍ଟର ଖସି ପାଣି ଗାଳି ନଷ୍ଟ ହେବାକୁ ଲାଗିଲାଣି। ଏହିରି ସ୍ଥିତ ରେ ପ୍ରଶାସନ ପକ୍ଷରୁ ବସଷ୍ଟାଣ୍ଡ ଗୁଡ଼ିକୁ କାର୍ଯ୍ୟକ୍ଷମ କରାଇବାରେ ଚେଷ୍ଟା କରା ଯିବାକୁ ସାଧାରଣ ରେ ଦାବି ହେଉଛି। ଅନ୍ୟ ପଟେ ଯେଉଁ ଉଦ୍ଦେଶ୍ୟ ନେଇ ଗ୍ରେଟର ବ୍ରହ୍ମପୁର ଗଠନର ଚିନ୍ତା କରାଯାଉଛି, ସେଠାରେ ଏକ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନହେବା ପ୍ରଶାସନିକ ବିଫଳତାକୁ ସୂଚାଉଛି ବୋଲି ଅନେକ ବୁଦ୍ଧିଜୀବୀ ମତପୋଷଣ କରିଛନ୍ତି।