Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାପା ଝିଅ ସମ୍ପର୍କରେ ଲାଗିଲା କଳଙ୍କ….୧୨ବର୍ଷ ଝିଅକୁ ଦୁଷ୍କର୍ମ କରି ଜେଲ ଗଲା ସାବତ ବାପା

ଗୋପାଳପୁର ,୧୭/୧୨ ଗୋଳନ୍ଥରା ଥାନା ଇଲାକାରେ ଏକ ଅଭାବନୀୟ ଏବଂ ଲଜ୍ୟା ଜନକ ଘଟଣା ଘଟିଛି l ନିଜ ୧୨ ବର୍ଷୀୟା ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ଗୋଳନ୍ଥରା ଥାନା ପୋଲିସ ଅଭିଯୁକ୍ତ ସାବତ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି l ଗିରଫ ବାପା ଜଣଙ୍କ ହେଲେ ମାନସ କୁମାର ପ୍ରଧାନ (୩୮) lମିଳିଥିବା ସୂଚନା ପ୍ରକାରେ ଗତ ଚାରି ବର୍ଷ ତଳେ ମାନସ ୮ ବର୍ଷର ନାବାଳିକା ଝିଅ ଥିବା ଜୈନିକ ବିଧବା ମହିଳାଙ୍କୁ ବିବାହ କରି ଚାରି ବର୍ଷ ହେଲା ଗୋଳନ୍ଥରା ଥାନା ଅଧୀନରେ ରହି ଆସୁଥିଲେ l ଗତକାଲି ସ୍ତ୍ରୀ କୌଣସି କାମରେ ବାହାରକୁ ଯାଇଥିବା ବେଳେ ନାବାଳିକା ଝିଅ ଜଣଙ୍କ ସ୍କୁଲରୁ ଫେରି ଘରେ ଏକୁଟିଆ ଥିବା ବେଳେ ବାପା ମାନସ ତାକୁ ଜବରଦସ୍ତ ଦୁଷ୍କର୍ମ କରିଥିଲା l ଫଳରେ ପୀଡିତା ନାବାଳିକାର ପ୍ରଚୁର ରକ୍ତସ୍ରାବ ହେବା ସହ ଚେତାଶୂନ୍ୟ ହୋଇ ଗୁରୁତର ଆହତ ହୋଇଥିଲେ l ୨ ଘଣ୍ଟା ପରେ ନାବାଳିକାଙ୍କ ମା ଫୋନ କରିବାରୁ ଝିଅ ଘଟଣା ସମ୍ପର୍କରେ କହିଥିଲା l ଘରେ ମା ପହଂଚି କ୍ଷତାକ୍ତ ଝିଅକୁ ସ୍ୱାମୀ କବଳରୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଥିଲେ l ଏ ନେଇ ପୀଡିତାଙ୍କ ମା ଗୋଳନ୍ଥରା ଥାନାରେ ଅଭିଯୋଗ କରିବା ପରେ ଏତଲା କୁ ଭିତ୍ତି କରି ଗୋଳନ୍ଥରା ପୋଲିସ ଥାନା କେଶ ନଂ ୬୩୮/୨୩ ରେ ମାମଲା ରୁଜୁ ଅଭିଯୁକ୍ତ ବାପା ଓ ପୀଡିତା ନାବାଳିକାଙ୍କ ଆଜି ବ୍ରହ୍ମପୁର ବଡ଼ ମେଡିକାଲରେ ଡାକ୍ତରି ମାଇନା କରିଥିବା ବେଳେ ନାବାଳିକା ଝିଅର ସିଆରପିସି ୧୬୪ ଧାରା ଅନୁସାରେ ବିଚାର ପତି ସମୁଖରେ ବୟାନ ରେକର୍ଡ କରାଯାଇଥିବା ଏବଂ ଅଭିଯୁକ୍ତ ମାନସକୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ ଅଧିକାରୀ ଏସଆଇ ଜ୍ଞାନ ରଞ୍ଜନ ସାହୁ ସୂଚନା ଦେଇଛିl

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories