Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ବକ୍ସିଙ୍ଗ ପୁରୁଷ ଦଳ ପଞ୍ଜାବ ଗସ୍ତ

ଗୋପାଳପୁର ୧୭/୧୨ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ଆଜି ବକ୍ସିଙ୍ଗ ପୁରୁଷ ଦଳ ପଞ୍ଜାବ ଗସ୍ତ କରିଛନ୍ତି l ଏହି ଦଳ ପଞ୍ଜାବ ସ୍ଥିତ ଚଣ୍ଡିଗଡ଼ ବିଶ୍ଵବିଦ୍ୟାଳୟରେ ଉତ୍ତର ପୂର୍ବ ଜୋନ ଅନ୍ତଃ ବିଶ୍ଵବିଦ୍ୟାଳୟ ବକ୍ସିଙ୍ଗ ପୁରୁଷ ପ୍ରତିଯୋଗିତା ଚଳିତ ମାସ ୨୦ ତାରିଖ ଠାରୁ ୨୩ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତାରେ ଭାଗ ନେବେ l ଦଳରେ ଏସ. କେ. ସି. ଜି କଲେଜ ପାରଳାଖେମୁଣ୍ଡିର ଏନ୍ . ଚନ୍ଦ୍ର ଶେଖର,ବି ନବୀନ,ଏନ୍. ଜୀବନ ଚନ୍ଦ୍ର, ଖେମୁଣ୍ଡି କଲେଜ, ଦିଗପହଣ୍ଡିର ନିହାର ରଞ୍ଜନ ଦାସ,ଡୁରା ରାମ ନାରାୟଣ କଲେଜରୁ ଗଣେଶ କୁମାର ଗୌଡ,ବି ନୀଳକଣ୍ଠ,ଚିକିଟି ମହାବିଦ୍ୟାଳୟର ହରିଶ୍ ବେହେରା,ତନ୍ମୟ କୁମାର ସାହୁ,ଏମ. କେ କଲେଜ, ଗୁରାଣ୍ଡିରୁ ନିରଞ୍ଜନ ଆଙ୍କୁଲ, ମେନେଜର ଭାବେ ରାୟଗଡା କଲେଜର ରାଜେଶ କୁମାର ବେହେରା, ଫୁଲବାଣୀ କଲେଜର ପି ଇ ଟି ଜଗନ୍ନାଥ ମାଝୀ ଦଳରେ ଗସ୍ତ କରିଛନ୍ତି l କ୍ରୀଡା ପରିଷଦ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ, କ୍ରୀଡା ପରିଷଦ ର ସମ୍ପାଦକ ପ୍ରଫେସର୍ ଗଣେଶ ସେଠୀ, ରାଜେଶ ମହାନ୍ତି,ଦୁଷ୍ମନ୍ତ କୁମାର ପାଢ଼ୀ,ମୋନରମା ମହାରଣା, କବିରାଜ ଗୌଡ଼,ପ୍ରଫୁଲ୍ଲ କୁମାର ମହାନ୍ତି ପ୍ରମୁଖ ଶୁଭେଛା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories