Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଆଲୁମିନ ମିଟ ଅନୁଷ୍ଠିତ

ଗୋପାଳପୁର ୧୭/୧୨ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ(ଓ ୟୁ.ଏ.ଟି) ଅଧିନସ୍ଥ ରଙ୍ଗେଇଲୁଣ୍ଡା ସ୍ଥିତ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଜାତୀୟ କୃଷି ଉଚ୍ଚଶିକ୍ଷା ପକଳ୍ପ ଓ ଓଡ଼ିଶା ମତ୍ସ୍ୟ ବିଜ୍ଞାନର ପୁରାତନ ଛାତ୍ରଛାତ୍ରୀ ସଂଘର ମିଳିତ ଆନୁକୁଲ୍ୟରେ ଆଲୁମିନା ମିଟ ଅନୁଷ୍ଟିତ ହୋଇଥିଲା। ଏଥିରେ ( ଓ.ୟୁ.ଏ.ଟି ) ର କୁଳପତି ପ୍ରଫେସର୍ ପ୍ରଭାତ କୁମାର ରାଉଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମତ୍ସ୍ୟବିଜ୍ଞାନ ଓ ଏହାର ବୈଷୟିକ ଜ୍ଞାନକୌଶଳ ରାଜ୍ୟ ତଥା ଦେଶର ଅର୍ଥନୈତିକ ତଥା ସାମାଜିକ ପ୍ରଗତିରେ ଏକ ମୁଖ୍ୟ ଅଂଶୀଦାର ହୋଇପାରିଛି ବୋଲି କହିଥିଲେ । ଏହାସହ ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଓ ଉନ୍ନତିମୂଳକ ପରିଯୋଜନା ପାଇଁ ଓ.ୟୁ.ଏ.ଟି ଆବ୍ୟଶକ ସହଯୋଗ ସବୁବେଳେ ଯୋଗାଇ ଆସିଛି ଏବଂ ଆଗକୁ ଜାରି ରହିବ ବୋଲି କହିବା ସହିତ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ସମ୍ପର୍କକୁ ଭୂୟସୀ ପ୍ରଶଂସା କରିଥିଲେ। ମହାବିଦ୍ୟାଳୟ ପରିସରରେ ୧.୮୦ କୋଟି ବ୍ୟୟର ପୁନରୁଦ୍ଧାର ହୋଇଥିବା ପ୍ରେପକ୍ଷାଳୟ ର ଉଦଘାଟନ କରିଥିଲେ । ପୁରାତନ ଛାତ୍ର ସଂଘର ସଭାପତି ମାନସ ରଞ୍ଜନ ମହାନ୍ତି ଅଧ୍ୟକ୍ଷତା କରି ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନିଜ ଭିତରେ ଉତ୍ତମ ବୁଝାମଣା ଓ ଜ୍ଞାନର ପ୍ରକୃଷ୍ଟ ଆହରଣ ଦ୍ଵାରା ସଫଳ ହେବାକୁ କହିବା ସହ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ସ୍ମୃତିକୁ ବଖାଣି ଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷା ମଣ୍ଡଳର ଉପ ନିର୍ଦେଶକ ଡ.ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗଦେଇ ଶିକ୍ଷା ହିଁ ଆଜିର ସମାଜର ଆଗକୁ ବଢିବାର ମୂଳମନ୍ତ୍ର ବୋଲି କହିବା ସହ ବୈଷୟିକ ଯୁଗରେ ଏକ ନୂତନ ନୀଳ ବିପ୍ଳବ ଆଣିବାରେ ସକ୍ଷମ ହେବ ବୋଲି କହିଥିଲେ । ଏହି ଅବସରରେ ଏକ ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ପୁରାତନ ଛାତ୍ର ସପନ କୁମାର ପାତ୍ର ଙ୍କୁ ମାଛ ଚାଷ ଓ ଯାଆଁଳାର ଉତ୍ପାଦାନ କ୍ଷେତ୍ରର ଉର୍କଷତା ପାଇଁ ସମ୍ମାନିତ କରାଯାଇଥିଲା । ମହାବିଦ୍ୟାଲୟର ଅଧ୍ୟକ୍ଷ ପ୍ରଫେସର୍ ସନ୍ତୋଷ କୁମାର ଉଦଗାତା ଅତିଥି ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଫେସର୍ ବସନ୍ତ କୁମାର ଖୁଣ୍ଟିଆ ଓ ଡ.ଧରିତ୍ରୀ ଚୌଧୁରୀ ମଞ୍ଚ ପରିଚାଳନା କରିଥିଲେ । ସମ୍ପାଦକ ଡ. ବୃନ୍ଦାବନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଛାତ୍ର ସଂଘର କାର୍ଯ୍ୟ ନିର୍ବାହୀ ସମ୍ପାଦକ ଡ. ମନୋଜ କୁମାର ତ୍ରିପାଠୀ ସଂଘର ଉଦ୍ଦେଶ୍ୟ କର୍ଯ୍ୟାବଳୀ ଉପରେ ଆଲୋକପାତ୍ କରିଥିଲେ । ଏଥିରେ ୧୫୦ରୁ ଉର୍ଦ୍ଧ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇ ନିଜ ନିଜର ସ୍ମୃତି ଚାରଣ କରିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ କର୍ମଚାରୀ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ