Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୁରା ରାମନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନଊଆ-ଓ କାର୍ଯ୍ୟକ୍ରମ ଉଦଯାପିତ।

ଗୋପାଳପୁର,୧୮/୧୨
ଡୁରା ରାମନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆ -ଓ ଅନୁକୂଲ୍ୟ ରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଅଧ୍ୟକ୍ଷ ବିଧୁ ଭୂଷଣ ନାୟକ ସଭାପତିତ୍ୱ କରିଥିବା ବେଳେ ନୋଡାଲ ଅଫିସର ପ୍ରଶାନ୍ତ କୁମାର ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିବାସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଓ ଉସ୍ତବ ର ଉଦେଶ୍ୟ ଓ ମହତ୍ୱ ସମ୍ପର୍କରେ ନିଜ ବକ୍ତବ୍ୟ ରେ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ତମ ଅଧ୍ୟୟନ ସହ ଶୃଙ୍ଖଳିତ ଜୀବନଚାର୍ଯ୍ୟ ପାଳନ କରିବାକୁ ଉପଦେଶ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଉପସଭାପତି ରାଜେଶ୍ୱରୀ ଦୋରା, ରଙ୍ଗେଈଲୁଣ୍ଡା ପଂଚାୟତ ସମିତି ଅଧ୍ୟକ୍ଷ୍ୟା ସିଏଚ ଉଷା ରାଣୀ , ଉପାଧ୍ୟକ୍ଷା ଅନିତା ମହାଙ୍କୁଡ, ଜିଲ୍ଲା ପରିଷଦ ସଭ୍ୟ ଦୀପକ କୁମାର ସାମନ୍ତ, ଅନ୍ୟତମ ଜିଲ୍ଲା ପରିଷଦ ସଭ୍ୟା ତୋପୋଇ ଦାସ, ଡୁରା ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟା ଲକ୍ଷ୍ମୀ ସେଠି, ଡୁରା ପଂଚାୟତ ସରପଞ୍ଚ ବିଷ୍ଣୁ ପ୍ରିୟା ବେହେରା, ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜୟ କୁମାର ବେହେରା, ମଳୟ କୁମାର ବିଷୋୟୀ, ଶୂନ୍ୟ ଚନ୍ଦ୍ର ଦାସ, ସିଏଚ ନରେଶ, ଡ଼ଃ ଭାଗବତ ପାତ୍ର, ହୃଷିକେଶ ସାମନ୍ତ ରାୟ, ଡ଼ଃ ପିନାକୀ ମହାନ୍ତି ସଭା ମଣ୍ଡନ କରିଥିଲେ.। କୃତି ଛାତ୍ର ଛାତ୍ରୀ ମାନଂକୁ ପୁରସ୍କାର ବିତରଣ କରାଯାଇଥିଲା ଓ ସଭା କାର୍ଯ୍ୟକୁ ଅନୁଷ୍ଠାନ ର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ପରି ଚାଳନା କରିଥିଲେ।ଶେଷରେ ଡ଼ଃ ହରିହର ମୁନି ଧନ୍ୟବାଦ ପ୍ରଦାନ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ