ବୀରମହାରାଜପୁର : (ସୌମିତ୍ରି ମେହେର)
ପରବର୍ତ୍ତୀ ବୈଦିକ ଯୁଗରୁ ବ୍ରହ୍ମଣ୍ୟ ଧର୍ମରେ ଅନ୍ଧ ବିଶ୍ବାସ ଓ କୁସଂସ୍କାର ପ୍ରବେଶ କରିଥିଲା । ବ୍ରିଟିଶ ରାଜତ୍ଵ ବେଳକୁ ସତିପ୍ରଥା କଠୋର ହୋଇ ପଡ଼ିଥିଲା । ପ୍ରାଚୀନ କାଳରୁ ଆମ ଦେଶରେ ଦେବା ଦେବୀ ମାନଙ୍କୁ ବଳୀ ଅର୍ପଣ କରାଯାଉଛି । ଆଦିବାସୀ ବହୁଳ ଅଞ୍ଚଳରେ ନବଜାତକ ମାନଙ୍କୁ ଚେଙ୍କ ଦିଆ ଯାଇଛି । ଅନ୍ଧ ବିଶ୍ବାସ ଓ କୁସଂସ୍କାର ଦୂର କରିବାକୁ ହେଲେ କଠୋର ଆଇନ ପ୍ରଣୟନ ସହିତ ସାମାଜିକ ସଚେତନତାର ଆବଶ୍ୟକତା ରହିଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ସମ୍ପର୍କରେ ଆୟୋଜିତ ଆଲୋଚନାଚକ୍ର ରେ ନିମନ୍ତ୍ରିତ ଅତିଥିମାନେ ଉପରୋକ୍ତ ମତବ୍ୟକ୍ତ କରିଥିଲେ । ନୂଆ ଓଡ଼ିଶା , ଯୁବ ଓଡ଼ିଶା , ନବୀନ ଓଡ଼ିଶା ର ଆର୍ଥିକ ସହଯୋଗରେ ଆୟୋଜିତ ଆଲୋଚନାଚକ୍ର ରେ ଡ. ହିମାଂଶୁ ଶେଖର ପାଢ଼ୀ ଅଧ୍ୟକ୍ଷତା କରିଥିଲେ । ଅବସର ପ୍ରାପ୍ତ ଶିକ୍ଷକ ଭୂଷଣ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସ୍ଥାନୀୟ ବାଳକ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ସମ୍ମାନିତ ଅତିଥି ଓ ଜଉଁରାଭଉଁରା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧେଶ୍ୟାମ ପୁରୋହିତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ । ଅଧ୍ୟକ୍ଷ ସୁଦାମ ଚରଣ ସାହୁ , ଅଧ୍ୟାପକ ନରେନ୍ଦ୍ର ଝା ମଞ୍ଚାସିନ ହୋଇ ଉକ୍ତ ବିଷୟରେ ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ଡ. ଶିଶିର ବଣିଆ ସଭା ସଂଯୋଜନା କରିଥିଲେ l ଡ. ହିମାଂଶୁ ପାଢ଼ୀ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ । ଶେଷରେ ଅଧ୍ୟାପକ ଡ.ନରେନ୍ଦ୍ର ଝା ଧନ୍ୟବାଦ ଅର୍ପଣ କରିଥିଲେ।
ବୀରମହାରାଜପୁର କଲେଜ ରେ ଅନ୍ଧ ବିଶ୍ବାସ ଓ କୁସଂସ୍କାର ସମ୍ପର୍କରେ କଠୋର ଆଇନ ପ୍ରଣୟନ ପାଇଁ ଆଲୋଚନା
