Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଚିଦା ଓ ପଞ୍ଚଗାଁରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ

ଝାରସୁଗୁଡା ୨୦/୧୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ମଚିଦା ଓ ପଞ୍ଚଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମଚିଦା ପଞ୍ଚାୟତରେ ସଂକଳ୍ପ ରଥ ପହଞ୍ଚିବା ପରେ ଦ୍ବୀପ ପ୍ରଜ୍ବଳନ କରି ତାକୁ ଭବ୍ୟ ସ୍ୱାଗତ କରା ଯାଇଥିଲା । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସାଧାରଣ ସଭାରେ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ବେହେରା ସଭାପତିତ୍ୱ କରିଥିବା ବେଳେ ପିଇଓ ଜଗଦୀଶ ନାଏକ ସଭା ସଂଚାଳନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ସାଂସଦଙ୍କ ଜିଲ୍ଲା ପ୍ରତିନିଧି ରଘୁନନ୍ଦନ ପଣ୍ଡା ଯୋଗଦାନ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଉପସ୍ଥିତ ଜନ ସାଧାରଣଙ୍କୁ ବୁଝାଇ ଥିଲେ । ସେହିପରି ସମିତି ସଭ୍ୟା ସାବିତ୍ରୀ ସିଂ, ଚିଖିଲାପାଲି ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ମେହେର,ଯୁବନେତା ରାଧେଶ୍ୟାମ ପଧାନ, ସୁଦାମ ପଧାନ, ସଞ୍ଜୟ ଭୋଇ, ହାରାଚାନ୍ଦ ଗଡତିଆ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଛାତ୍ରଛାତ୍ରୀ ମାନେ ନୃତ୍ୟ, ଗୀତ ଆଦି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହା ପରେ କେନ୍ଦ୍ର ସରକାରଙ୍କ ୯ ବର୍ଷ ଶାସନ କାଳରେ କାର୍ଯ୍ୟକାରୀ ହୋଇଥିବା ଜନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀ ଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତା ଭିଡିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମଚିଦା ଗ୍ରାମ ପଞ୍ଚାୟତ ଅଧିନସ୍ଥ ସମସ୍ତ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଙ୍ଗନବାଡି କର୍ମୀ, ଆଶା ଦିଦି, ଏମବିକେ, ସିଆରପି, ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ,ନାଏବ ସରପଞ୍ଚ, ୱାର୍ଡ଼ ମେମ୍ବର ଏବଂ ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗଦାନ କରିଥିଲେ । ଏଥିସହ ଭାରତକୁ ଏକ ବିକଶିତ ରାଷ୍ଟ୍ର ଗଠନ କରିବାରେ ସମସ୍ତେ ସହଯୋଗ କରିବେ ବୋଲି ସପଥ ଗ୍ରହଣ କରିଥିଲେ ।
ସେହିପରି ପଞ୍ଚଗାଁ ଗ୍ରାମ ପଞ୍ଚାୟତରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପଞ୍ଚଗାଁ ସରପଞ୍ଚ ମୁକେଶ ବାରିକ ଅଧ୍ୟକ୍ଷତା କରିଥିବା ବେଳେ ପିଇଓ ସୁମନ୍ତ ଦାସ ସଭା ପରିଚାଳନା କରିଥିଲେ । ପଞ୍ଚଗାଁ ଗ୍ରାମ ପଞ୍ଚାୟତ ର ସମସ୍ତ ନିର୍ବାଚିତ ପ୍ରତିନିଧି, ଅଙ୍ଗନବାଡି କର୍ମୀ, ଆଶାଦିଦି, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଏମବିକେ, ସିଆରପି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଜନ ସାଧାରଣ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ